STORYMIRROR

Sangita Mishra Satapathy

Comedy

3  

Sangita Mishra Satapathy

Comedy

ମୋବାଇଲ ପାଠ ପଢା

ମୋବାଇଲ ପାଠ ପଢା

1 min
186


ଇଲୋ ବୋଉଲୋ କି କରୋନା ଆଇଲା

ସେଇ କାଳୁପରା ମୋବାଇଲ୍ଟା ପିଲାଙ୍କ

       ଖେଳଣା ହେଲା

ଇଲୋ ବୋଉଲୋ

ଘରୁ ବାହାରିବା ମନା ହେଲା

ସ୍କୁଲ କଲେଜରେ ପରା ତାଲା

ମୋବାଇଲ ପାଠ ପଢା ହେଲା

ଇଲୋ ବୋଉ ଲୋ

କେତେ କଥା ହେଲା ଜଣା

ଦିନେ ନ ଥିଲା ଜଣା କି ଶୁଣା

ମାଷ୍ଟର ବାପୁଡାକୁ କିବା ଜଣା

ଅନ୍ ଲାଇନ୍ ରେ ପଢା ଶୁଣା

ଇଲୋ ବୋଉଲୋ

ଅନ୍ ଲାଇନ୍ ରେ ପାଠ ପଢା

କରନ୍ତି ମୁନି ମୁନା କୁନି କୁନା 

ପଢା କମ୍ ଖେଳବେଶୀ ଜମି ଗଲା

ପ ପ୍ ଜୀ ଆଉ ଫ୍ରି ଫେୟାର ଗେମ୍ ପରା

ଅକାଳେ ଜୀବନ ନେଲା

ଇଲୋ ବୋଉ ଲୋ

ଫେସ୍ ବୁକ୍, ୱାଟସ ଅପ୍

ଇନ୍ ଷ୍ଟା ଗ୍ରାମ୍ ରେ ପୋଷ୍ଟ 

କେତେ ଫଟୋପରା ହେଲା

ଇଲୋ ବୋଉଲୋ

ପାଠରେ ପକାଈ ତାଲା

ସନା ଦାଦି ଝୁଅ ଈଲା

କା ସାଙ୍ଗରେ କୁଆଡେ ଗଲା

ଖୋଜି ଖୋଜି ନ ମିଳିଲା 

ଇଲୋ ବୋଉଲୋ

ଲୁଚି ଲୁଚି ବସି ପାଠ ପଢା ନାମେ

ବ୍ଲୁ ଫିଲ୍ମ ଦେଖା ତ ଖୁଲମ ଖୁଲା

ମୋବାଇଲ କୋଡ ତାଲା

ଖୋଲି କେ ଜାଣିବ ଭଲା

ଇଲୋ ବୋଉଲୋ

ଅନ୍ ଲାଇନ୍ ରେ ପାଠପଢା

ବିନା ପରୀକ୍ଷା ରେ ପାସ୍ ପିଲା

ପିଲାଙ୍କ ଭବିଷ୍ୟତ ମାଟି ହେଲା 

ଇଲୋ ବୋଉଲୋ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy