STORYMIRROR

Basanti Pattnaik

Comedy Inspirational

3  

Basanti Pattnaik

Comedy Inspirational

ଏ ତାତି ଛାତି ଓ ଭୀତି

ଏ ତାତି ଛାତି ଓ ଭୀତି

1 min
151

ଏ ତାତି ବଢୁଛି ସାଇ ସାଇଁ

ମୁଣ୍ଡ ଟା ବିନ୍ଧୁଛି ଘାଇ ଘାଇ

ମଦ ଟା ପଡିନି ତ ସକାଳୁ

ଡହଳ ବିକଳ କାଲୁବାଲୁ

ଏହି ତାତି ଛାତି ଭୀତି

ଧକ୍ ଧକ୍ ମୋର ମତି

ସବୁରି ମୂଳ ରେ ଏହି ନିଶାଟି

ବିବିଧ ଋପରେ ଚାଲୁଛି ଗୋଟି

ନିଶାରେ ମଣିଷ ଫୁଲ୍ ବୋବାଲ୍

ନିଶାରେ ଚୁର୍ ନାଚେରେ ମାତାଲ୍

ନାଲି ପାଣିର ବିଚିତ୍ର କରାମତି 

ଭିକାରି ଟି ଭାବେ ମୁହିଁ ଗଜପତି

ନାଲି ପାଣିର ଯେ ହୁଏ ଶୀକାର

କୋଟିପତି ସାଜେ ଦାଣ୍ଡ କାଙ୍ଗାଳ

ଏ ଛାତିର ତାତି ବଡ଼ ବିଚିତ୍ର

କେମିତି ଥମିବ କହରେ ଜୀବ

ନିଶାର କବଳେ ପଡ଼ିଲେ ତୁହି

ବର୍ବାଦ ହେବୁ ରେ ଜାଣିଥା କହି

ଏ ତାତି ଛାତି ଭୀତି ବଡ଼ ବିଚିତ୍ର

ନିଜକୁ ତ ସଞ୍ଜତ ରଖରେ ଜୀବ

ଏ ନିଶାର ମାୟା ବଡ଼ ଗହୀର

ବିଛାଇ ଥାଏ ମରିଚିକା ଜାଲ

ଏ ନିଶା ର ତାତି ରେ ଯିଏ ମାତିଛି

ନାରଖାର ହୋଇଣ ସବୁ ହାରିଛି

ଏହି ତାତି ଠାରୁ ରୁହରେ ଦୂର

ନିଜ ଜୀବନ ନିଜେ ରକ୍ଷା କର ।

                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy