STORYMIRROR

Prasanna kumar sahu

Comedy

3  

Prasanna kumar sahu

Comedy

ଆଧୁନିକ ସାହିତ୍ୟ ସଭା

ଆଧୁନିକ ସାହିତ୍ୟ ସଭା

1 min
148


ରାଜ୍ୟ ସ୍ତରୀୟ ସାହିତ୍ୟ ସଭା

ସଂଗଠିତ ହୋଇ ଯାଇଛି,

ସଂସ୍କୃତି ମନ୍ତ୍ରୀ ସେହି ସଭାରେ

ଯୋଗ ଦେବା ସ୍ଵୀକୃତି ଅଛି।

ଆସି ପହଁଚିଲେ ସଭା ସ୍ଥଳରେ

ନିର୍ଦ୍ଧାରିତ ସମୟ ପରେ,

ସଭିଙ୍କ ପ୍ରତୀକ୍ଷା ଅନ୍ତ୍ ହୋଇଲା

ତାଙ୍କରି ଆଗମନରେ।

କିସ ସେ ଭାଷିବେ ଏହି ସଭାରେ

ସଭିଙ୍କ ଉତ୍କଣ୍ଠା ଥାଏ,

କହିଲେ ମନ୍ତ୍ରୀ ବିଜ୍ଞାନ ଛାତ୍ର ସିଏ

ସାହିତ୍ୟକୁ ଘୃଣା ରହେ।

ସାହିତ୍ୟ ସାଧନ ମନକୁ ଆନନ୍ଦ

ଦେଶର ଲାଭ ନୁହଇ,

ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାଦ୍ଵାରା ସିନା 

ଉନ୍ନତୀ ସାଧିତ ହୋଇ।

ଦୁଇଧାଡ଼ି କିସ ଲେଖା ଲେଖିରେ

କି ହେବ ଦେଶ ଉନ୍ନତି,

ସାହିତ୍ୟ ସାଧନ ଅଳସୁଆ ପାଇଁ

ସହଜ ଗୋଟିଏ ସାଥୀ।

ଆଉ କିଛି ଯଦି ଅଧିକ ଶୁଣିବ

ମୋଠାରୁ ଏହି ସଭାରେ,

ଯେତେ ଅଳସୁଆ ସଂଗଠକ ହେ

ଆୟୋଜକ ଏହିଠାରେ।

ସୂଚାଇ ଦେଉଅଛି ଏହି ସଭାରେ

କିଛି କହିବାର ନାହିଁ,

ବହୁତ ସମୟ ଅପଚୟ ହେଲା

ଏଠାକୁ ଆସିଲି କାହିଁ?

ସାହିତ୍ୟ ସଂସ୍କୃତି ସଭା ସମିତି

ବେକାର ଲୋକଙ୍କ ପାଇଁ,

ସମୟ ବହୁ ଅପଚୟ ହୁଅଇ

ଏଭଳି ସଭାକୁ ଯାଇ।

ବାଜା ଓ ବାଜେଣି ନାଚ ସିନା

ପ୍ରମୋଦ ଆଣଇ ମନେ,

ସାହିତ୍ୟ ସଭା କି ଲାଭ କରଇ

ଚିନ୍ତା କରିବା ହେ ଧ୍ୟାନେ।



Rate this content
Log in

Similar oriya poem from Comedy