STORYMIRROR

Rakesh Mishra

Comedy Romance

3  

Rakesh Mishra

Comedy Romance

ଜହ୍ନ ଓ ପ୍ରିୟା

ଜହ୍ନ ଓ ପ୍ରିୟା

1 min
159

ନଈକୂଳେ ବସି      ପ୍ରେମିକ କହିଲା, 

    ପ୍ରେମିକାକୁ ଚାହିଁ ମୁରୁକି ହସି,

ମୁହଁଟା ତୁମର      ଚତୁର୍ଦ୍ଦଶୀ ଜହ୍ନ, 

    ହସିଦେଲେ ତାର ପଡନ୍ତି ଖସି।


ଜହ୍ନ ଶୁଣୁଥିଲା      ଗଛ ଉହାଡ଼ରେ 

    କହିଲା ସେତିକି ଥାଉ ମିଛୁଆ,

ତୁମ ମଣିଷ ଜାତିକୁ   ଭଲରେ ଜାଣିଚି 

   ବନାଉଛ ମୋର ପୁରା ଭକୁଆ।


ଆଜି ମୋ ମୁହଁରେ।    ଦିଶୁଅଛି ସିନା 

     ତୁମକୁ ତୁମର ପ୍ରିୟାର ମୁହଁ,

ବାହାଘର ପରେ      ତୁମ ପୁଅ ଝିଅ 

    ମାମୁଁ ବୋଲି କିଆଁ ଡାକନ୍ତି କୁହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy