STORYMIRROR

Rakesh Mishra

Comedy Romance

3  

Rakesh Mishra

Comedy Romance

ଜହ୍ନ ଓ ପ୍ରିୟା

ଜହ୍ନ ଓ ପ୍ରିୟା

1 min
153

ନଈକୂଳେ ବସି      ପ୍ରେମିକ କହିଲା, 

    ପ୍ରେମିକାକୁ ଚାହିଁ ମୁରୁକି ହସି,

ମୁହଁଟା ତୁମର      ଚତୁର୍ଦ୍ଦଶୀ ଜହ୍ନ, 

    ହସିଦେଲେ ତାର ପଡନ୍ତି ଖସି।


ଜହ୍ନ ଶୁଣୁଥିଲା      ଗଛ ଉହାଡ଼ରେ 

    କହିଲା ସେତିକି ଥାଉ ମିଛୁଆ,

ତୁମ ମଣିଷ ଜାତିକୁ   ଭଲରେ ଜାଣିଚି 

   ବନାଉଛ ମୋର ପୁରା ଭକୁଆ।


ଆଜି ମୋ ମୁହଁରେ।    ଦିଶୁଅଛି ସିନା 

     ତୁମକୁ ତୁମର ପ୍ରିୟାର ମୁହଁ,

ବାହାଘର ପରେ      ତୁମ ପୁଅ ଝିଅ 

    ମାମୁଁ ବୋଲି କିଆଁ ଡାକନ୍ତି କୁହ ।


Rate this content
Log in

Similar oriya poem from Comedy