STORYMIRROR

Rakesh Mishra

Romance

2  

Rakesh Mishra

Romance

ଚାଲ୍ ବର୍ଷାରେ ଭିଜିବା..

ଚାଲ୍ ବର୍ଷାରେ ଭିଜିବା..

1 min
14K


ଚାଲ୍ ଆଉ ଥରେ ଫେରି ଯିବା ଶୈଶବକୁ 

ସୁର କରି ଅ ଆ, ଏକ ଦୁଇ, ପଣକିଆ ଘୋଷିବା.. 

କଟି ମିଟି, ବାଲିଘର, ବହୁଚୋରୀ ଖେଳ.. 

ଛୋଟ ଛୋଟ କଥା ନେଇ ହସିବା ରୁଷିବା.. 

ଚାଲ୍ ବର୍ଷାରେ ଭିଜିବା.. 


ଚାଲ୍ ପୁଣି ଥରେ ଫେରି ଯିବା କୈଶୋରକୁ 

ନୁଆ କରି ଜୀବନର ଗଣିତ କଷିବା... 

ଉଡ଼ି ଯିବା ଆକାଶକୁ ଡେଣା ମେଲି...

ନଈକୂଳେ କାଶତଣ୍ଡୀ ମୂଳେ, 

ଦୁନିଆର ଆଢୁଆଳେ ଦୁହେଁ ଦୁହିଁଙ୍କୁ ଖୋଜିବା 

ଚାଲ୍ ବର୍ଷାରେ ଭିଜିବା... 

 

ଚାଲ୍ ପୁଣି ଥରେ ଫେରି ଯିବା ଯୌବନକୁ, 

ମୋ ଓଠର ଅବାକ୍ କରା ଅବ୍ୟକ୍ତ ଅନୁରାଗ.. 

ତୋ ଦେହର ଉଷ୍ଣତା ଆଉ ସ୍ପର୍ଶକାତର ମେଘ... 

ଶୀତୁଆ ପବନ, ଗୋଟେ ଛତା ତଳେ, 

ଅନ୍ତହୀନ ନିର୍ଜନତାକୁ ଆବୋରି ବସିବା... 

ଚାଲ୍ ବର୍ଷାରେ ଭିଜିବା.. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance