Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mishra

Inspirational Romance

2  

Rakesh Mishra

Inspirational Romance

ସମୟର ପ୍ରତିଧ୍ଵନି

ସମୟର ପ୍ରତିଧ୍ଵନି

1 min
6.4K



ଏଠି ଋତୁମାନେ ବଦଳୁଥାନ୍ତି ପ୍ରତି ମୁହୂର୍ତ୍ତରେ,

ଆଉ ବଦଳୁଥାଏ ପବନର ଗତି

କଥା ଦେଇ ସମସ୍ତେ ଦିନେ ଭୁଲିଯାନ୍ତି,

ଶୁଣିଛି, ଋତୁସହ ତାଳଦେଇ

ଆପଣା ମଣିଷମାନେ ବଦଳିଯା'ନ୍ତି।


ପ୍ରେମ ଥିଲା ଅଛି ଥିବ...କେବଳ କାଗଜ ପୃଷ୍ଠାରେ,

ଏ ପ୍ରେମ ଫ୍ରେମ ସବୁ ମିଛ,

ସବୁ କେବଳ ଚାହିଦା ମେଣ୍ଟିବା ଯାଏ,

ଶୁଣିଛି ପାର୍କରେ ଆଉ ନଈକୂଳେ,

ପ୍ରେମିକ ମାନେ ବି ବଦଳିଯା'ନ୍ତି ।


କେବେ କେବେ ତା ଫଟୋ ଫ୍ରେମ୍ ପାଖେ,

ଆଇନାରେ ନିଜ ମୁହଁ ଦେଖେ ।

ବୟସ ହେଲା ପରେ ବୁଝିଲି,

ଅଚିହ୍ନା ମଣିଷଙ୍କ ଭିଡରେ,

ଚିହ୍ନା ମୁହଁସବୁ ବଦଳିଯା'ନ୍ତି।


ଆଉ ଭଲ ଲାଗୁନି ଏ କୋଳାହଳ

ଗହଳ ଚହଳ,

ଏବେ ଲୋଡ଼ା ଖାଲି ଟିକେ ନୀରବତା,

ଶୁଣିଛି, ମୃତ୍ୟୁପରେ ନିଶ୍ୱାସ ମାନେ,

ନୀରବତାରେ ବଦଳିଯା'ନ୍ତି।


© Rakesh


Rate this content
Log in

Similar oriya poem from Inspirational