STORYMIRROR

Rakesh Mishra

Comedy

3  

Rakesh Mishra

Comedy

ଧାନ ବିଲ ଖସ ଖସ

ଧାନ ବିଲ ଖସ ଖସ

1 min
184

ଧାନ ବିଲ ଖସ ଖସ ଲୋ ମକର ଧାନ ବିଲ ଖସ ଖସ,

ଟଙ୍କାକରେ ମିଳେ କିଲେ ଚାଉଳ ଲୋ କାହିଁକି କରିବା ଚାଷ।


ପାଞ୍ଚ ଟଙ୍କା ଦେଲେ ପେଟ ପୁରା ଯହିଁ ମିଳୁଛି ଡାଲମା ଭାତ

ପରିଶ୍ରମ କୁହ କାହିଁକି କରିବା ବଥା ହେବ ଦେହ ହାତ ।


ପ୍ରତି ଚାଖଣ୍ଡରେ ଦେଶୀ ମାଲ୍ ମିଳେ ଆଉ ନାହିଁ ଚିନ୍ତା ଦକ,

ପକେଟ୍ ରେ ଅଛି "କାଳିଆ" ପଇସା ମାରି ଦେବା ଦି ଢୋକ।


ମାଗଣା ରେ ଖାଇ ହାକୁଟି ମାରିବା ଆସ ହେ ଓଡ଼ିଆ ଆସ,

ଅନ୍ଧଙ୍କ ଦେଶରେ ଦର୍ପଣ ବିକୁଛି, ମୋତେ ଯା ମିଳୁନି ବିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy