STORYMIRROR

sasmita sarangi

Comedy

3  

sasmita sarangi

Comedy

ଆକାଶ କଇଁଆ ଚିଲିକା ମାଛ

ଆକାଶ କଇଁଆ ଚିଲିକା ମାଛ

1 min
131

ରାଧୁ ବାପାଙ୍କର ପାଟି ଶୁଣି ଦେଇ

    ଧାଇଁ ଗଲି ଦାଣ୍ଡ ଆଡ଼କୁ  

ତାଙ୍କ ବାକ୍ୟ ବାଣ ହାବେଳି ପରାଏ

     ଉଠୁଥିଲା ଉପରକୁ ।


କରୋନା କୁଆଡେ ଜାନି ଯାତ୍ରା କଲେ

      ବିସ୍ତାରୁଛି ତା'ର ରୂପ,

ବାହା , ବ୍ରତ ଆଉ ଶୁଦ୍ଧି କ୍ରିୟା ସବୁ

     ଆଇନ୍ ମାନି କରିବ ।


 ରାଜନୀତି କରିବାକୁ ହେଲେ ମେଳି

     ଡରି ପଳାଏ କରୋନା ,

ନିର୍ବାଚନ ଲାଗି ଗାଁ ଗାଁ ବୁଲିବାରେ

    ଆଇନ୍ ଅନ୍ଧାର କଣା ।


ବୁଢ଼ା ଲୋକ ସିଏ ବୟସ ତ ଅସି

   ତଥାପି ମୁହଁ ଟା ଟାଣ ,

ଗାଆଁ ର ମୁରବି ରାଧୁ ବାପା ଆମ

   ସଭିଏଁ ଦିଅନ୍ତି ସମ୍ମାନ ।


ଧିରେ ଧିରେ ଯାଇ ପାଖକୁ ତାଙ୍କର

    ପଚାରିଲି ଚୁପି ଚୁପି ,

ରାଗୁଛ କାହିଁକି ଆଇନ ଉପରେ

  ତୁମେ ନୁହେଁ ଏତେ କୋପି !


ବାପା କହୁଛନ୍ତି ଶୁଣରେ ନାତିଆ 

    ରାଜନିତିଆ ଙ୍କ ଚାଲ୍,

ଦେଖେଇବେ ସିଏ ଆକାଶ କଇଁଆ

    ଚିଲିକା ମାଛର ଝୋଲ୍ ।


ନିର୍ବାଚନ ବୈତରଣୀ ପାରି ପାଇଁ

    କରିବେ ସଲା ସୁତୁରା ,

ସରିଗଲେ ଖେଳ‌ ଭାଙ୍ଗି ତାଙ୍କ ମେଳ

    ଭୁଲିବେ ଦାଦା ପୁତୁରା ।


ତାଙ୍କ ପାଇଁ ନାହିଁ କରୋନା ଆଇନ

     ନାହିଁ ସାମାଜିକ ଦୂରତା ,

ଗାଁ ଗାଁ ବୁଲି ବାଣ୍ଟୁଛନ୍ତି ଏ କରୋନା

    ଇଏ କି ମାନବିକତା ।


ବାହାସ୍ପଟ ଯେତେ ମାରୁଛନ୍ତି ଏବେ

     ପାଣି ର ଗାରଟି ପରା ,

ଠିକଣା ସମୟେ ଚିହ୍ନିବେନି ତୋତେ

   ଦିନରେ ଦେଖାଇ ତାରା ।


ଆମେ ଭୋଗୁଥିବା କରୋନା କଷଣ

     କପାଳରେ ହାତ ଦେଇ

ସିଏ ପେଶୁଥିବେ ଚିକ୍କଣିଆ ଝୋଳ

    ଏ  ଗଣ୍ଡାକ ପାଇ ।


ଘୁରିଗଲା ମଥା ଶୁଣି ମଞ୍ଜି କଥା

    କହିଲେ ରାଧୁଆ ବାପା ,

ବୁଲିବିନି ଆଉ କୋଉ ଦଳ ସହ

    ଜଗି ରଖିବି ଦୂରତା ।


ହାତଗୁଞ୍ଜା କିଏ ଦେଲେ ନେଇଯିବି

   ହାତ ଗଳେଇ ଝର୍କା ଫାଙ୍କେ ,

ସାନିଟାଇଜ୍ କରି ଶୁଖେଇ ରଖିବି

   ତାଲା ପକାଇ ସିନ୍ଧୁକେ ।


Rate this content
Log in

Similar oriya poem from Comedy