STORYMIRROR

Bishnupriya Pradhan

Comedy

3  

Bishnupriya Pradhan

Comedy

ମୁଁ ଗ୍ରୀଲ୍ ଦୋକାନ କହୁଛି

ମୁଁ ଗ୍ରୀଲ୍ ଦୋକାନ କହୁଛି

1 min
213

ମୁଁ ଗ୍ରୀଲ୍ ଦୋକାନ କହୁଛି

ଏଇ ଦୋକାନର କୋଠରୀ ଭିତରେ

କେତେ ଗେଟ୍ ଛିଡ଼ା କରିଛି

ସଡ଼କ କଡ଼ରେ କଦମ୍ବ ମୂଳରେ

              ଲୋକଙ୍କୁ ଆଶ୍ରୟ ଦେଇଛି,

କବାଟ ଝରକା କରିବା ପାଇଁ କି

             ଗରାଖ ଏଠାକୁ ଧାଇଁଛି,

କାରିଗର ହାତେ କାମ କରି କରି

              ଲୋକଙ୍କୁ ମୁଗ୍ଧ କରିଛି,

ମୁଁ ଗ୍ରୀଲ୍ ଦୋକାନ କହୁଛି

ଏଇ ଦୋକାନର କୋଠରୀ ଭିତରେ

କେତେ ଗେଟ୍ ଛିଡ଼ା କରିଛି

ଗେଟ୍ ରେଲିଙ୍ଗ୍ କବାଟ ଝରକା

              ସବୁ ଏଠି ଗଢା ହେଉଛି,

ଆଖିରେ ଚଷମା ମୁହଁରେ ସ୍କ୍ରିନ

              ହାତରେ ମେସିନ୍ ଧରୁଛି,

ରୋଜଗାର ପାଇଁ ସବୁ ସହିଯାଇ

              କେତେ କଷ୍ଟ ସିଏ କରୁଛି,

ମୁଁ ଗ୍ରୀଲ୍ ଦୋକାନ କହୁଛି

ଏଇ ଦୋକାନର କୋଠରୀ ଭିତରେ

କେତେ ଗେଟ୍ ଛିଡ଼ା କରିଛି

ନୂଆ କରି ଏବେ ବଜାର ହାଟରେ

             ଷ୍ଟିଲ ଚାହିଦା ବଢୁଛି,

କିରୋସିନି ଥିନର୍ ତାରପିନ୍ ଚୁମ୍ବକ

               କଲର୍ ସବୁତ କାନ୍ଦୁଛି,

ଷ୍ଟିଲର ଏଠି ପସନ୍ଦ ଅଧିକା

            ଲୁହା ଜିଆଇକୁ କିଏ ଖୋଜୁଛି,

ମୁଁ ଗ୍ରୀଲ୍ ଦୋକାନ କହୁଛି

ଏଇ ଦୋକାନର କୋଠରୀ ଭିତରେ

କେତେ ଗେଟ୍ ଛିଡ଼ା କରିଛି

ମୁଁ ଗ୍ରୀଲ୍ ଦୋକାନ କହୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy