STORYMIRROR

Bishnupriya Pradhan

Others

4  

Bishnupriya Pradhan

Others

ବାପା

ବାପା

1 min
944

ବାପା ଡାକରେ ଯେ କେତେ ମଧୁରତା

ଡାଡ଼ି ଡାକରେ ତା ନାହିଁ,

ବାପାଙ୍କୁ ଯିଏ ସେ ଦୁରେଇ ଦେଇଛି

ସେ ଅବା ବୁଝିବ କାହିଁ ।।


ଝିଅ ବୋଲି କେବେ ଦୂରେଇ ଦେଲେନି

ପୁଅଟିଏ ପରି ରଖିଲେ,

ସବୁ କଳା କ୍ଷେତ୍ରେ ଆଗକୁ ଯିବାକୁ

ଆଶୀର୍ବାଦ ସିଏ ଢାଳିଲେ।।


ନିଜ ସୁଖ କଥା କେବେ ଭାବନ୍ତିନି

ଆମ ଦୁଇଝିଅ ପାଇଁକି,

ଆମ ଓଠେ ଟିକେ ହସ ଦେବା ପାଇଁ

ନିଜ ଖୁସି ଚାପି ଦେଇକି।।


ଦୋକାନରୁ ଯେବେ ଘରକୁ ଫେରିଲେ

ପ୍ରଥମେ ଖୋଜନ୍ତି ମୋତେ,

ଝିଅ କହି ଥରେ ଡାକଦେଇଦେଲେ

ଧାଇଁ ଆସେ ଅବିରତେ।।


ଯାହାତ ମାଗିଛି ସବୁତ ପାଇଛି

ମନାକରନ୍ତିନି କେବେ,

ଯେତେ ଭୁଲ୍ କଲେ ସବୁ ଭୁଲ୍ ମୋର

ସୁଧାରି ଦିଅନ୍ତି ତେବେ।।


ସମସ୍ତେ କୁହନ୍ତି ଝିଅ ଠାରୁ ପୁଅ

ଅଧିକ ଗୁଣରେ ଭଲ,

ହେଲେ ମୋର ବାପା , କେବେ କୁହନ୍ତିନି

ଝିଅଙ୍କୁ କରନ୍ତି ଗେଲ ।।


ଅତି ଆଦରରେ ଗେହ୍ଲା କରୁଥିଲେ

ଭାବିଲେ ଲାଗୁଛି ଡର,

ଯୋଉ ବାପା ଦିନେ ସ୍ନେହ ଦେଇଥିଲେ

କରି ଦେବେ ଦିନେ ପର ।।


ବାପା ବାପା କହି କାହାକୁ ଡାକିବି

କରିଦେବେ ଯେବେ ପର ,

ଝିଅ ବୋଲି ଆଉ କାହାକୁ ଡାକିବି

ଝିଅ ଗଲେ ଶାଶୁଘର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍