STORYMIRROR

Bishnupriya Pradhan

Others

4  

Bishnupriya Pradhan

Others

(ଲାଗିଲାନି ତୋର ଡୋରି)

(ଲାଗିଲାନି ତୋର ଡୋରି)

1 min
15

କେବେ ତୋର ଡୋରି      ଲାଗିବ ଜଗାରେ 

        କହ ମୋତେ ଟିକେ ଆସି,

ଦେଖିବି ତୋତେ ମୁଁ      ବେନି ନୟନରେ 

        ତୋ ସିଂହ ଦୁଆରେ ବସି।

 

କେମିତି କହିବି        ଜାଣି ମୁଁ ପାରୁନି 

       ବୁଝି ବି ଅବୁଝା ହେଉ,

କେତେ ଇଛା ଥିଲା     ପୁରୀ ଯିବି ବୋଲି 

        ଅଟକେଇଲୁ ଯାଉ ଯାଉ।


ରଥଯାତ୍ରା ଆଜି        ତୋ ବଡ ଦାଣ୍ଡରେ 

       ଭକ୍ତଙ୍କର ଭିଡ଼ ହେଲା ,

 ଏଇ ଶୁଭ ଦିନେ       ତୋତେ ଦେଖିବାକୁ 

        ବଡ ଇଛା ମୋର ଥିଲା।


ଜାଣିନି କେବେରେ    ତୋ ଡୋରି ଲାଗିବ

        ଯିବି ମୁଁ ଶ୍ରୀକ୍ଷେତ୍ରଧାମ,

ଜୀବ ଥିବା ଯାଏଁ       ଜପିବି ସଦା ମୁଁ 

        ତୁଣ୍ଡେ ଧରି ତୋର ନାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍