STORYMIRROR

Bishnupriya Pradhan

Others

4  

Bishnupriya Pradhan

Others

(ଲାଗିଲାନି ତୋର ଡୋରି)

(ଲାଗିଲାନି ତୋର ଡୋରି)

1 min
6

କେବେ ତୋର ଡୋରି      ଲାଗିବ ଜଗାରେ 

        କହ ମୋତେ ଟିକେ ଆସି,

ଦେଖିବି ତୋତେ ମୁଁ      ବେନି ନୟନରେ 

        ତୋ ସିଂହ ଦୁଆରେ ବସି।

 

କେମିତି କହିବି        ଜାଣି ମୁଁ ପାରୁନି 

       ବୁଝି ବି ଅବୁଝା ହେଉ,

କେତେ ଇଛା ଥିଲା     ପୁରୀ ଯିବି ବୋଲି 

        ଅଟକେଇଲୁ ଯାଉ ଯାଉ।


ରଥଯାତ୍ରା ଆଜି        ତୋ ବଡ ଦାଣ୍ଡରେ 

       ଭକ୍ତଙ୍କର ଭିଡ଼ ହେଲା ,

 ଏଇ ଶୁଭ ଦିନେ       ତୋତେ ଦେଖିବାକୁ 

        ବଡ ଇଛା ମୋର ଥିଲା।


ଜାଣିନି କେବେରେ    ତୋ ଡୋରି ଲାଗିବ

        ଯିବି ମୁଁ ଶ୍ରୀକ୍ଷେତ୍ରଧାମ,

ଜୀବ ଥିବା ଯାଏଁ       ଜପିବି ସଦା ମୁଁ 

        ତୁଣ୍ଡେ ଧରି ତୋର ନାମ।



Rate this content
Log in