STORYMIRROR

Bishnupriya Pradhan

Drama Crime

4  

Bishnupriya Pradhan

Drama Crime

ନାରୀର ମହତ୍ତ୍ଵ

ନାରୀର ମହତ୍ତ୍ଵ

1 min
377

ଜୟାଜନନୀ ଭଗୀନିଟିଏ ମୁଁ

           ସର୍ବଦା ମୁଁ ବିଦ୍ୟମାନ,

ନୂତନ ଯୁଗର ପୁଷ୍ପଟିଏ ହୋଇ

           ଜିତିବି ସମସ୍ତ ମନ (୧)


ପିଲାଦିନେ ରହେ ବାପାଙ୍କ ପାଖରେ

            ବଡ଼ ହେଲେ ଶାଶୁଘରେ,

ବୁଢ଼ୀ ହୋଇଗଲେ ବୃଦ୍ଧାଶ୍ରମେ ରହେ

            ମରିଗଲେ ସ୍ଵର୍ଗପୁରେ(୨)


ଜନନୀ ହୋଇ ମୁଁ ପିଲାଙ୍କ ସେବାରେ

             ଥାଏ ମୋର ସଦା ମନ,

ସ୍ଵାମୀଙ୍କ କଥାରେ ଦୁଃଖ ନାହିଁ ମୋର

             କରେନାହିଁ ଅଭିମାନ(୩)


ପୁଅଝିଅ ଏଠି ଦୁହେଁ ତ ସମାନ 

             ଭେଦଭାବ ନାହିଁ କିଛି,

ପୁଅ ଠାରୁ ଝିଅ ଆଗରେ ଅଛିତ

             ସବୁଠି ଦେଖା ଯାଇଛି(୪)


ମା ର ପେଟରେ ମାରିଦେଉଅଛ 

              ଛଡେଇ ମୋ ଅଧିକାର,

ଦୁନିଆରୁ ମୁଁ ଆସିବା ଆଗରୁ

            ନେଉଛ ଜୀବନ ମୋର(୫)


ଝିଅ ଟିଏ ହୋଇ ବଞ୍ଚିବାକୁ ଇଛା

            ଦିଅ ମୋତେ ଅଧିକାର,

କ୍ଷିନ୍ ଭିନ୍ କରି ମାଂସକୁ ଖାଉଛ

            କରୁଅଛ ବଳାତ୍କାର(୬)


ନାରୀର ଜୀବନ ସୁରକ୍ଷିତ ନାହିଁ

              ନିର୍ଯ୍ୟାତିତ ହୁଏ ଆଜି,

ଅସୁରମାନଙ୍କ ନିଧନ ପାଇଁକି

           ଜନମିବେ ଦୁର୍ଗା ସାଜି(୭)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama