ଶିଶିର ସାରସ
ଶିଶିର ସାରସ
ମୁକ୍ତାପରି ଚମକୁଥାଏ ଘାସ ଗାଲିଚାରେ
ଶୀତ ଋତୁ ଆସିଲେ ଆସ୍ତେ ଧରାରେ ।
ବିନ୍ଦୁ ବିନ୍ଦୁ ଜମିଥାଏ ପଡିଆ ପ୍ରାନ୍ତରେ
ଫୁଲରେ ପତ୍ରରେ ପୁଣି ଗଛର ଶାଖାରେ ।
ଦେଖିବାକୁ ଭଲ ଲାଗେ କାଚ କେନ୍ଦୁ ବିନ୍ଦୁ
ଝଲସିଯାଏ ଜୋଛନାରେ ଆସିଗଲେ ଇନ୍ଦୁ ।
ସୁନୀଳ ସକାଳ ଲାଗେ ସତେ ବର୍ଷା ବିନ୍ଦୁ
ଛାଇଯାଇଛି ସତେ ବରଫ କାଚ କେନ୍ଦୁ ।
ଲୁହ ପରି ଲୁହ ନୁହେଁ ଝରେ ଆକାଶରୁ
ମୁକ୍ତା ବିନ୍ଦୁ ଲୁହ ଶିଶିର ବର୍ଷା ବାଦଲରୁ ।
ଶରତ ଋତୁରେ ସତେ ଆକାଶ କାନ୍ଦିବାରୁ
ମେଘ ସଵାରୀରେ ନଆସି ଧରଣୀକୁ ଝୁରୁ ।
ଫୁଲମତୀ ପରି ଶିଶିର ଘାସପତ୍ରେ ଝୁଲେ
ଏଠି ସେଠି ଚାଳ ଛାତ ଘରେ ଝୁଲେ ।
ବୁଢିଆଣୀ ଜାଲରୁ ଶିଶିର ବିନ୍ଦୁ ଝାଡ଼ିଚାଲେ
ମନ୍ଦାମନ୍ଦା ଶିଶିର ଛନଛନ ଝୁଲା ଝୁଲେ ।
ଶିଶିର ପରଶେ ଶୀତ ବାଟ ଭୁଲେ ଭଲେ
ଶୀତ ସଙ୍ଗେ ମିତ ବସି ଶୀତ ବସ୍ତ୍ର ପିନ୍ଧେ ।
କୋବି ମୂଳା ଟମାଟର ଛନ୍ଦେ ମନ୍ଦେ ଗନ୍ଧେ
ଶିଶିରସିକ୍ତ ଧରଣୀ ମୁକ୍ତାମୟ ଉଦଭବେ ।
ସତରେ ଶିଶିର ବିନ୍ଦୁ ଭଲ ଲାଗେ ଭଵେ
ସୁରୁଜ ମୁରୁଜ ବୁଣିବା ଆଗରୁ ଶିଶିର ହସେ ।
ଶିଶିର ସାରସର ଅସ୍ତ୍ର ଶସ୍ତ୍ର ମନ୍ତ୍ରତନ୍ତ୍ର ପରଶେ
ଖୁସି ବାଣ୍ଟିବା ଚାଲ ହରଷେ ଶିଶିର ସିକ୍ତେ ।