STORYMIRROR

Satyabati Swain

Drama

4  

Satyabati Swain

Drama

ଶେଷ ଠିକଣା

ଶେଷ ଠିକଣା

1 min
259

ଶବ୍ଦ ମାନେ ଆଣ୍ଠେଇ ପଡ଼ନ୍ତି

କଲମ ପାରେନି ଉତ୍ତାରି

ଗୋଟେ ଜୀବନ ନିଅଁଣ୍ଟ ହୁଏ

ତାକୁ ବୁଝିବାରେ

ଚିତ୍ରକର ତୁଳୀ ଅଟକି ଯାଏ

ଇପ୍ସିତ ରୂପକୁ କାନଭାସରେ

ପାରେ ନାହିଁ ଆଙ୍କି।


ସେ ଅନୁଚାରିତ

ଅଗମ୍ୟ

ପୁଣି ଉଚ୍ଚାରିତ

ଓଁମ ଆଦ୍ୟ ଓଁକାର ଧ୍ଵନି

ଅଦୃଶ୍ୟ

ପୁଣି ଦୃଶ୍ୟର ଅନୁଭବ

ଅରୂପ ନିରାକାର

ପୁଣି

ସୌମ୍ୟ ଦର୍ଶନ।


ଟିକେ ଉପଲବ୍ଧି ସେ

ଗୋଟେ ବିଶ୍ୱାସ ଝରଣା

ଧାରେ ଆଶାର ଆଲୁଅ

ଆଞ୍ଜୁଳାଏ ପ୍ରଶାନ୍ତିର ରାହା

ମୁଠେ ଦିବ୍ୟଚେତନା

ଗାରେ ଅଙ୍ଗିକାର ବଦ୍ଧତା

ଜନ୍ମ ଓ ମରଣର

ଶେଷ ଠିକଣା ସେ।



Rate this content
Log in

Similar oriya poem from Drama