STORYMIRROR

Krushna Chandra Lenka

Drama Romance Others

4  

Krushna Chandra Lenka

Drama Romance Others

କାବ୍ୟ ନାୟିକା

କାବ୍ୟ ନାୟିକା

1 min
361

ଏକା ଏକା ବିଚରଣ କରୁଥିଲି ସ୍ୱାଧୀନେ,

ନଥିଲା ପଞ୍ଜୁରି ଏଠି ବାନ୍ଧିବାକୁ ବନ୍ଧନେ।

କି ଆନନ୍ଦ ପାଉଥିଲି ଉଡି ଉଡି ଗଗନେ,

ବିଷାଦ କି ଭୟ ତିଳେ ନଥିଲା ଯେ ମୋ' ମନେ।

ଯେବେ ତୁମେ ଉଭା ହେଲ ଦେଇ ମତେ ପ୍ରେରଣା,

ସେଦିନୁଁ ମହକିଗଲା ମୋର ମନ ଅଗଣା।


ମଧୁମକ୍ଷୀ ଫୁଲ ପାଶେ ଭ୍ରମୁଥାଏ ଯେମନ୍ତ,

ତା' ପରଶ ପାଇ ତିଳେ ଦୂର ହୁଅଇ କ୍ଳାନ୍ତ।

ସେମନ୍ତ ସେ ରସ ତୁମେ ପିଆଇଲ ଯହିଁ ଗୋ,

ସରମେ ମୁଁ ମରିଗଲି ଜାଣ ସେଇ ପାଇଁ ଗୋ।

କି' ଯାଦୁ ଦେଖାଇ ଦେଲ କରିଦେଇ ମନ୍ତର,

ଯା'ପାଇଁ ଜାଗଇ ନିତି ଏଠି ମୋର ଅନ୍ତର।


ଛନ୍ଦିଦେଲ ପ୍ରାଣ ମୋର ନେଇ ଏକ ବନ୍ଧନେ,

ମୁକୁଳି ପାରୁନି ମୁହିଁ ଚାହିଁଲେ ବି ଜୀବନେ!

ଦିନ ରାତି ଯାଏ ବିତି ଖାଲି ତୁମ ସକାଶେ,

ତୁମ ଛଡା ଆଉ କିଛି କାହିଁ ମତେ ନଦିଶେ।

ଇନ୍ଦ୍ରଧନୁ ସପ୍ତରଙ୍ଗେ ରଙ୍ଗେ ଯହିଁ ଆକାଶେ,

ମୋ ଅନ୍ତର କଥା ଆଜି ତୁମ ପାଇଁ ପ୍ରକାଶେ।


ବଣ ମଲ୍ଲୀ ହୋଇ ମୁହିଁ ଫୁଟିଥିଲି କାନନେ,

ମହକ ନଥିଲା ପୁଣି ସେଇ ବନ ଗହନେ।

ବସନ୍ତ ମଳୟ ହୋଇ ତମେ ଯେବେ ଆସିଲ,

ବିତରିଲା ବାସ ମୋର ଚଉପାଶ ମହଲ।

ସେ ମଲ୍ଲୀ ମହକେ ପ୍ରାଣ ମୋର ଜାଗି ଉଠଇ,

କାହିଁ ଆସି ଦେଖାଦେଲ ମୋ ମନକୁ ହଜେଇ।


ମୋର କାବ୍ୟ କବିତାର ତୁମେ ସେଇ ନାୟିକା,

ଶିଖାଇଚ ଯେତେ ସ୍ୱର ସାଧନାର ଗାୟିକା।

କେମନ୍ତ ଜଗତ ଆଗେ ପ୍ରଶଂସିବି ସେ କଥା,

ଯେତେ ବଖାଣିଲେ ତାହା ବୁଝିବେ କି ଜନତା?

ସକଳ କରମେ ପଛେ ତୁମେ ନିଇତି ରହି,

ଦେଉଚ ଇଙ୍ଗିତ ମତେ ହେବାକୁ ଯେ ବିଜୟୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama