STORYMIRROR

Bishnupriya Pradhan

Others

4  

Bishnupriya Pradhan

Others

ଶୀତୁଆ ସକାଳ

ଶୀତୁଆ ସକାଳ

1 min
13

       ନବବଧୂ ସାଜି    ଶୀତରାଣୀ ଏବେ

            ଧରାପୃଷ୍ଠେ ପାଦଦେଲା

        ହସଖୁସି ବାଣ୍ଟି    ସବୁଜ ପାଟକୁ

            ଗାଲିଚାରେ ବିଚାରିଲା।୧।

         

       ଶୀତୁଆ ସକାଳେ   କାକର ଟୋପାରେ

            ଗେଣ୍ଡୁଫୁଲ ଫୁଟିଲାଣି

        ଧରଣୀର ସେଇ   ମନଲୋଭା ଦୃଶ୍ୟ

             ହୃଦୟକୁ ଛୁଇଁଲାଣି।୨।


       ମଗୁଶୀର ମାସେ   ଗୁରୁବାର ଦିନ

            ଘରେ ଘରେ ମାଣବସା

       ଖିରି ଖେଚୁଡ଼ି ଆଉ  ନାନାଦି ପିଠିରେ

             ଖାଇବା ପାଇଁକି ଆଶା।୩।

 

       ବୁଢ଼ାବୁଢ଼ୀ ମାନେ   ସାଇପଡିଶାରେ

            ଗାଁ ଦାଣ୍ଡେ ନିଆଁ ଜାଳି

       ଆନନ୍ଦ ନିଅନ୍ତି     ଶୀତୁଆ ରାତିରେ

            ନାତି ନାତୁଣୀକୁ ଧରି।୪।


      କମ୍ବଳ ରେଜେଇ    ଚାଦରକୁ ଏବେ

            ସଭିଁଙ୍କର ହେଲା ଖୋଜା

      ବଣଭୋଜି ସାଥେ    ବୁଲିବାଟା ପୁଣି

            ଲାଗୁଥାଏ ଭାରି ମଜା।୫।


     ଶୀତ ଋତୁ ସତେ    ଆହ୍ବାନ କରୁଛି

            ଶୁଭ ନୂଆ ବର୍ଷକୁ

      ଧରାଧାମେ ସର୍ବେ    ଅପେକ୍ଷା କରନ୍ତି

            ସେହି ପବିତ୍ର ଦିନକୁ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍