ପୁଣି ଥରେ ଏକାନ୍ତରେ
ପୁଣି ଥରେ ଏକାନ୍ତରେ
ଆଜି ପୁଣି ଥରେ ଇଛା ହୁଏ ଏକାନ୍ତରେ ରହିବାକୁ
ଶାନ୍ତଶୀତଳ ଜ୍ୟୋସ୍ନାରେ ତୁମ ସହ ଗପିବାକୁ
ସେହି ସମୟେ ବୋହୁଥାଏ ପବନର ସୁଅ
ସେତେବେଳେ ଇଛା ହୁଏ ତୁମ ସ୍ପର୍ଶ ପାଇବାକୁ ।
ଆଖି ମୋର ଇସାରା ଦିଏ ସପନଟିଏ ଦେଖିବାକୁ
ସ୍ପନ୍ଦନର ଆଢ଼ୁଆଳରେ ତୁମ ଛବି ଆଙ୍କିବାକୁ
ସପନଠୁ ଦୂରରେ ପୁଣି ତୁମେ ବିତ ଥିଲେ
ସେତେବେଳେ ଇଛା ହୁଏ ତୁମକୁ ଟିକେ ଦେଖିବାକୁ ।
ତୁମର ପ୍ରତ୍ୟେକଟି କଥା ଛୁଇଁ ଯାଏ ମୋ ମନକୁ
ବାରମ୍ବାର ମୁଁ ପଚାରୁଥାଏ ଏଇ ମୋ ହୃଦୟକୁ
କେବେ ତୁମେ ଆସିବ ଗୋ କେବେ ଆସିବ ବୋଲି
ହେଲେ ସେତେବେଳେ ବୁଝିବାକୁ ହୁଏଅବୁଝା ମନକୁ ।
ମନା କରେ ଶାରୀ ଆଜି ସେ ପଞ୍ଜୁରୀରେ ରହିବାକୁ
ପଞ୍ଜୁରୀରୁ ଦୂରେଇ ଯାଇ ଖୋଜୁଥାଏ ତା ପରିଚୟକୁ
ପଞ୍ଜୁରୀରେ ରହି ସିଏ ସାଜେ ଅସହାୟ
ଆଜି କାଇଁ ଇଛା ହୁଏ ବାଲାଘରଟିଏ ତୋଳିବାକୁ ।

