STORYMIRROR

Bishnupriya Pradhan

Others

4  

Bishnupriya Pradhan

Others

ଧାରା ଶିରାବଣ ଆସିଛି

ଧାରା ଶିରାବଣ ଆସିଛି

1 min
418

ଧାରା ଶିରାବଣ ଆସିଛି

ବର୍ଷା ପାଣିର ଟପ୍ ଟପ୍ ଶବ୍ଦରେ

        ଭିଜା ମାଟି ହସି ଉଠିଛି

ଧାରା ଶିରାବଣ ଆସିଛି............(୦)


ଦଳ ଦଳ ହୋଇ କାଉଡ଼ିଆ ଭାଇ 

            କାନ୍ଧରେ କାଉଡ଼ି ଧରିଛି,

ଖରା ବରଷାକୁ ଖାତିର୍ ନ କରି

             ଖାଲି ପାଦରେ ସିଏ ଚାଲିଛି,,

ମାସ ପରେ ମାସ ବିତିଗଲା ପରେ 

             ଏଇ ଶିରାବଣ ମାସ ଆସିଛି,

ଧାରା ଶିରାବଣ ଆସିଛି

ବର୍ଷା ପାଣିର ଟପ୍ ଟପ୍ ଶବ୍ଦେ

          ଭିଜାମାଟି ହସି ଉଠିଛି

ଧାରା ଶିରାବଣ ଆସିଛି..............(୧)



ଭାଇ ଭଉଣୀଙ୍କର ଖୁସିଭରା ଦିନ

             ପୁଣି ଥରେ ଫେରି ଆସୁଛି,

ରାକ୍ଷୀର ଦିନକୁ ଅପେକ୍ଷା କରିକି

             ଭଉଣୀ ଭାଇ ପାଇଁଁ ବସିଛି,,

ବରଷକ ପରେ ଏଇ ଦିନଟିରେ 

             ଭାଇ ହାତେ ରାକ୍ଷୀ ବାନ୍ଧା ହୋଇଛି,

ଧାରା ଶିରାବଣ ଆସିଛି

ବର୍ଷା ପାଣିର ଟପ୍ ଟପ୍ ଶବ୍ଦେ

          ଭିଜା ମାଟି ହସି ଉଠିଛି,

ଧାରା ଶିରାବଣ ଆସିଛି............(୨)



ଶୁଷ୍କ ତରୁର ସଞ୍ଚାର ପାଇଁକି

           ମୋତେ ସିଏ କେତେ ଖୋଜୁଛି,

ଶସ୍ୟଶ୍ୟାମଳା ମନୋରମ ଭରା 

           ସବୁଜ ମଣ୍ଡିତା କରିଛି,,

ଆର ବରଷରେ ପୁଣି

        ଶ୍ରାବଣର ବାରିଧାରା ଆସୁଛି,

ଧାରା ଶିରାବଣ ଆସିଛି

ବର୍ଷା ପାଣିର ଟପ୍ ଟପ୍ ଶବ୍ଦେ

          ଭିଜା ମାଟି ହସି ଉଠିଛି,

ଧାରା ଶିରାବଣ ଆସିଛି.........(୩)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍