STORYMIRROR

Krushna Chandra Lenka

Drama Action Inspirational

4  

Krushna Chandra Lenka

Drama Action Inspirational

ବିଷାକ୍ତ ସହରେ ବିଷଧର ନର

ବିଷାକ୍ତ ସହରେ ବିଷଧର ନର

1 min
345

ଛାଡି ଭିଟାମାଟି ପରିଜନ ସାଥୀ

   କିମ୍ପାଇଁ ଯାଉ ସହର,

କେଡେ ସ୍ୱାର୍ଥପର ତୋର ସେ ସହର

   ଭାଳିଚୁ କି ତୁ କୁମର ।


ବୈକୁଣ୍ଠ ସମାନ ଥିଲା ଯେଉଁ ଘର

   କରି ଦେଇ ତାରେ ପର,

ସ୍ଵାର୍ଥ ପଛେ କାହିଁ ହେଉ ତୁହି ବାଇ

   ଭୁଲି ତୋର ପରିବାର।


କେତେ କେତେ କ୍ଳେଶେ ରହି ଭୋକେଶୋଷେ

   ପାଳିଥିଲେ ତତେ ଯହିଁ,

ସେ ସେନେହ ପ୍ରେମ ତ୍ୟାଗ ଆଉ ଶ୍ରଦ୍ଧା

   ଭୁଲିଗଲୁ ତୁ କିମ୍ପାଇଁ ।


ଦିନୁଁ ଦିନ ଯେତେ ହୋଇଲୁ ଶିକ୍ଷିତ

   ଗାଆଁ ହୋଇଗଲା ପର,

ଶିକ୍ଷିତର ଭାଷା ବଦଳି ସହସା

   ସହର ହେଲା ନିଜର।


ମୁଣ୍ଡ ଝାଳ ତୁଣ୍ଡେ ମାରି ତୋର ପିତା

   କରିଛି ସିନା ମଣିଷ,

ଆଜି ସେଇ କଥା ଭାଳି ପାଏ ବ୍ୟଥା

   ବଢଇ ନିତି ତା'କ୍ଳେଶ।


ଆଜ ବୃଦ୍ଧ କାଳେ ରହି ତାର ମେଳେ

   କଲୁ ନାହିଁ ସେବା ତିଳେ,

ସେବା ଥାଉ ଦୂରେ ଛାଡିଦେଲୁ ତାରେ

    ନେଇ ବୃଦ୍ଧାଶ୍ରମ କୋଳେ।


ତିଳେ ଅର୍ଥ ଦେଇ  ବୃଦ୍ଧାଶ୍ରମେ ତୁହି

   ଭାଳୁ ଏ' କର୍ତ୍ତବ୍ୟ ମୋର,

କର୍ତ୍ତବ୍ୟ ନୁହଁଇ ଏପରା କୁମର

   ଏତ ଅଭିଶପ୍ତ ଗାର।


ତୋ ସୁତ ନୟନେ  ଏହା ଦେଖି ଦିନେ

   ଶିଖିଚି ତୋଠୁଁ ସେ ଯାହା,

ନିଶ୍ଚୟ ଭବିଷେ ଦିନେ ତୋର ପାଶେ

    ଲଗାଇବ ଧନ ତାହା।


ପିତା ମୁଖେ ତୋର ଦେଇଚୁ କି ନୀର

   ଜିଇଁଥିଲା ବେଳେ ବୁନ୍ଦେ,

ମଲା ବେଳେ କାହିଁ ଆସିଚୁ ତୁ ଧାଇଁ

   ନେବା ପାଇଁ ତାରେ କାନ୍ଧେ ।


ତୀର୍ଥ ପାଇଁ ତାରେ ନେଇ ନାହୁଁ ଥରେ

    ଯିବା ପାଇଁ ଶ୍ରୀମନ୍ଦିର,

ତା'ମରଣ କାଳେ  କିମ୍ପାଇଁ ସଅଳେ

    ନେଇଯାଉ ସ୍ୱର୍ଗଦ୍ୱାର ।


କେତେ ଦୁଃଖୀ ଦୀନ ରୋଗୀ ଜରାଜୀର୍ଣ୍ଣ

   ଥା'ନ୍ତି ରାଜପଥ ପାଶେ,

ଦେଖି ତା' ଦୁର୍ଦ୍ଦିନ କିମ୍ପାଇଁ ତୁ ଧନ

   ଯାଉଚୁ ନିର୍ଦୟ ବେଶେ ।


ଗ୍ରାମେ ଥିଲୁ ଯହିଁ ବେଗେ ଆସୁ ଧାଇଁ

   ତାର ସୁଖ ଦୁଃଖ କାଳେ,

ଯହିଁ ତୁ ସହରେ ରହିଗଲୁ ଥରେ

  ପଡ଼ୁ ନାହିଁ ଦୃଷ୍ଟି ତିଳେ ।


ଆମ ପରି ଜଣେ ଅଟେ ସେଇ ନର

  ଅବା କା'ର ପରିଜନେ,

କହ ଧନ ତୁହି ତଥାପି କିମ୍ପାଇଁ

   ଘୃଣା ଆସେ ତୋର ମନେ।


ବିଷାକ୍ତ ସହର ପ୍ରଭାବେ କୁମର

   ମଣିଷପଣିଆ ଭୁଲି,

ଦିନ ରାତି ଯହିଁ  ସ୍ୱାର୍ଥ ପଛେ ଧାଇଁ

  ହୋଇଲୁ ତୁ ମରୁବାଲି।


ଦୁଃଖୀ ଦୀନବନ୍ଧୁ  ଗାନ୍ଧୀ ଗୋପବନ୍ଧୁ

   ଜନମିଛନ୍ତି ଯେ'ଦେଶେ,

ସେଇ ଦେଶେ ନର ଏତେ ସ୍ୱାର୍ଥପର

   ହୁଏ ଆଜି କାହିଁ ବିଶ୍ୱେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama