STORYMIRROR

Debabrata Mishra

Abstract Drama Inspirational

4  

Debabrata Mishra

Abstract Drama Inspirational

ଜୋକର ନହେଲେ

ଜୋକର ନହେଲେ

1 min
377


ଏତେଟା ସହଜ ତ ନୁହେଁ

ଅତ୍ୟାଧୁନିକ ଯୁଗରେ ସୁଖ ଦେଖାଇବା

ଭଗବାନଙ୍କ ବରଦାନ ବିନା 

ସୁନ୍ଦର ହସରେ ମୋହିତ କରିବା

ଆଉ ସେ ମୋହଜାଲରେ ଲୁହ ଲୁଚାଇବା

ରଙ୍ଗ ନବୋଳିଲେ ଦୁଃଖ ଦିଶିବରେ ମୁହଁରେ

ରଙ୍ଗୀନ ପୋଷାକ ଆଖିକୁ ଲୁଚାଇ ପାରିବନି

ଚଷମାର ଆଢୁଆଳରେ କେତେକାଳ

ନିଜକୁ ନିଜର ନୟନର ଭାଷାକୁ ବାନ୍ଧିବୁ

ଜୋଜର ନହେଲେ ଜାଣିଥା ତୁ

ବାଧ୍ଯ ହୋଇ ସର୍ବ ସମ୍ମୁଖରେ ଭୋ ଭୋ ହୋଇ କାନ୍ଦିବୁ..!!! 


କହିବାକୁ କଷ୍ଟ ହୁଏନି ରଙ୍ଗମଞ୍ଚ ଏ ଦୁନିଆ

କରିଚାଲ ଅଭିନୟ କହିଚାଲ ଚମତ୍କାର ସଂଳାପ

ଭିନ୍ନ ଭିନ୍ନ କାହାଣୀର ପିଠିରେ ବସି

କହିଚାଲ ମନ ମତାଣିଆ ଆକର୍ଷଣୀୟ କଥା

କଳାକାର ସାଜରେ କଳାକାର ସାଜ

ପଇସା ପଡ଼େନି ଉପଦେଶ ପରାମର୍ଶ ଦେଲେ

ବାବୁରେ ବଞ୍ଚିବାକୁ ତ ହେବ ଲୁହ-ଲହୁ-କୋହ ସହ

ଯେ ବଞ୍ଚୁଛି ସେ ଜାଣେ ଏହି ବଞ୍ଚିବା ର ଗୁଢତତ୍ତ୍ୱ

ଏ ଜୀବନ ଭାଗ୍ଯର ଥିଲେ ମିଳେରେ

ମନେରଖ ଜୋଜର ନହେଲେ 

ତୁ ବଞ୍ଚିବୁ ନିଶ୍ୱାସ ଥିବରେ ଜୀବନ ନଥିବ

ପାଗଳ ଭଳି ସମାଜ ଆଗରେ ହସିବୁ ସବୁ ହସିବେ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract