ସଂସାରଟା ଛଳନାର ଗନ୍ତାଘର
ସଂସାରଟା ଛଳନାର ଗନ୍ତାଘର
ମୁଁ ଥିଲି ତମ ପ୍ରେମର ନାୟିକା
ତମେ ଥିଲ ମୋ ମନର ରାଜକୁମାର
କେତେ ଯେ ସପନ ଦେଖିଥିଲୁ ଦୁହେଁ
ପରିସ୍ଥିତି ସବୁକୁ କରିଲା ଚୁର୍ ମାର ।
ପ୍ରେମଭରା ହୃଦୟରେ ସର୍ବଦା
ଅପେକ୍ଷା କରୁଥିଲ ଯେ ମୋତେ
ଚାହାଣୀ କହୁଛି ଏବେ ତୁମର
ଚିହ୍ନିଁ ନାହଁ ଯେପରି ସତେ ।
ଭାବିନଥିଲି ତମେ ମୋ ପ୍ରତି
କରିବ କେବେ କପଟ
ମଧୁର ସ୍ମୃତି ଭାବନାର ପଶ୍ଚାତ୍ତାପରେ
ଜୀବନ ହେଉଛି ଛଟପଟ ।
ଏବେ ବୁଝୁଛି ପ୍ରତିଟି ଶଦ୍ଦ ଥିଲା
ଛନ୍ଦ, ମିଥ୍ୟା ଓ ଛଳନାର
ମିଠା ମିଠା କଥା କହି ଭୁଲାଇଲ
ତମେ ବାହାରିଲା ବଡ ଚତୁର ।
ସ୍ବଭାବ ସହ ବଦଳିଲା ରଙ୍ଗଢଙ୍ଗ
ଦେଖି ମୋ ମନେପଶିଲା ଶଙ୍କା
ଯେଉଁ ଚେହେରାକୁ କରୁଥିଲ ଆଲିଙ୍ଗନ
ଏବେ ଦେଖିଲେ ମୁହଁ ହେଉଛି ବଙ୍କା ।
ତମ ହୃଦୟର ଏହା କିଭଳି ଛଳନା
ମନ ଜମା ବୁଝି ପାରୁନାହିଁ
ଅପେକ୍ଷା ରତ ସର୍ବଦା ତମ ପ୍ରିୟତମା
ବିଗତ ସଂପର୍କ ଫେରି ପାଇବା ପାଇଁ ।
ତନମନ ଥରାଉଛି ମୋହର
ତମ କଠୋର ନିଷ୍ପତ୍ତି ଭାବନା
ସବୁ ପ୍ରତିସୃତି, ପ୍ରତିଜ୍ଞାକୁ ଭୁଲିଲ
ଭରିଦେଲ ସଂସାରେ ମୋ ବେଦନା ।
ଦିଶା ହୀନ ମୁହିଁ, କାହାକୁ କହିବି
ଆପଣାର, କାହାକୁ ବା ପର
ସବୁ କିଛି ଲାଗୁଛି ମିଛ, ପ୍ରତାରଣା
ସଂସାରଟା ଏକ ଛଳନାର ଗନ୍ତାଘର ।