STORYMIRROR

Lokesh Kumar Jena

Abstract Drama Romance

4  

Lokesh Kumar Jena

Abstract Drama Romance

କି କହିବି ତୁମ କଥା

କି କହିବି ତୁମ କଥା

1 min
352


ଇନ୍ଦ୍ରଧନୁ ଟାଣି      ଚାହାଣିରେ ହାଣି

       ରଙ୍ଗ ଭରିଥାଅ ମନେ

ପାଖରେ ମୋ ବସି    ମୃଦୁ ହସ ହସି 

      ପ୍ରଣୟ ବଲ୍ଲରୀ ସ୍ୱନେ ।1।


ଶଶାଙ୍କ ବଦନ      କିଣି ନିଏ ମନ

      ତାମସ ତାରୁପ୍ୟ ନିଆଁ

ହୃଦ ଭରି ତ୍ରାସ     ପ୍ରଖର ନିଃଶ୍ୱାସ

      ବୁଦ୍ ବୁଦ୍ ପ୍ରେମ ଧୂଆଁ ।2।


କଳା ମେଘି କେଶ     ଲାଗି ଅଙ୍ଗ ବାସ 

       ତନୁରେ ବିଜୁଳି ମାରେ

ହୃଦୟ ବୀଣାର       ସପ୍ତ ସ୍ୱର ତା'ର 

       ପ୍ରେମାପ୍ଲୁତ ହୋଇ ଥରେ ।3।


ଶର୍ବର ଶମ୍ବଳ        ମାରି ବକ୍ଷ ସ୍ଥଳ

      ସିକ୍ତ କରି ବାସନାରେ

ସହଚରୀ ସାଜି     ମୋ ପାଶେ ଆଉଜି

     ଶୂନ୍ୟତା ବିନାଶ ଧୀରେ ।4।


ପ୍ରକୃତି ବିଭୋର       ମତୁଆଲା ଘୋର

        ପାଇ ତୁମ ପ୍ରେମ ସ୍ପର୍ଶ

ମଳୟ କେଶର      ହୋଇ ମଧୁକର

       ଖେଳୁଥାଏ କେତେ ହର୍ଷ ।5।


ତରୁଣ ବୟସୀ       କନ୍ଦର୍ପ ପ୍ରେୟସୀ 

       ଯୌବନ ଲହଡ଼ି ଢେଉ

ସୁନେଲି ସପନେ       ତନ୍ଦ୍ରା ମଗନେ

      ଯେବେ ତୁ ଲାଜେଇ ଯାଉ ।6।


ତୋ ରୂପ କବରୀ     ଭ୍ରମରଟି ଘେରି

      ପ୍ରେମ ମଧୁ କରି ପାନ

ପ୍ରଣୟ କାହାଣୀ     ତିରିଛି ଚାହାଣି

      ଝିଙ୍କାରି ବି କରେ ଗାନ ।7।


ଅନୁଡ଼ା ପ୍ରେମିକା     ତୃଷିତ ତନୁଜା

       ଅପରୂପା ଅନୁପମା

କାମନାରେ ଜାଳି     ତୃଷାନଳ ଢାଳି

      ତୃପ୍ତ କର ରାଜଜେମା ।8।


ଲୋହିତ ଅଧରେ     ପ୍ରେମ ସୁଧା ଝରେ

       ଜାଣ ବଶୀଭୂତ ମନ୍ତ୍ର

ଲାବଣ୍ୟ ପ୍ରତିମା      ଆଗୋ ପ୍ରିୟତମା

        ପୀରତି ପୂରିତ ଯନ୍ତ୍ର ।9।


କାନନ କିସଳ       ନିକୁଞ୍ଜ ତମାଳ

        ଲାଜକୁଳୀ ତରୁ ଲତା

କାମନାରେ ଜଳେ     ସରମେ ଝାଉଁଳେ

       କି କହିବି ତୁମ କଥା ।10।


Rate this content
Log in

Similar oriya poem from Abstract