STORYMIRROR

Lokesh Kumar Jena

Abstract Children Stories Inspirational

4  

Lokesh Kumar Jena

Abstract Children Stories Inspirational

ଜୟ ମା ଶାରଦା

ଜୟ ମା ଶାରଦା

1 min
554

ଜୟ ମା ଶାରଦା    ଅଭୟ ବରଦା

     କରୁଣାର ନିର୍ଝରିଣୀ

ବାତ୍ସଲ୍ୟ ମମତା    ହୃଦୟେ ଗୋ, ମାତା

    କି ଅମୂଲ୍ୟ ତବ ବାଣୀ ।


ଅଠର ତେପନ   ଗୁରୁବାର ଦିନ

     ଆନନ୍ଦ ମୁଖର କରି

ରାମ ଚନ୍ଦ୍ର ଗୃହେ  ଡିସେମ୍ବର ମାସେ

     ମାନବର ତନୁ ଧରି ।


ଜୟରାମବାଟି    ଧନ୍ୟ ସେହି ମାଟି

    ପଦ ରେଣୁ ପଡ଼ି ଯାହା

ଉଦ୍ଧାରିବା ଇଛି   ବନ୍ଦନା କରୁଛି

    ଚଲାପଥେ ହେବ ସାହା ।


ଆଦର୍ଶ ଗୃହିଣୀ   ମାତା ସନ୍ୟାସୀନି

    ହୋଇ ମାଧୂର୍ଯ୍ୟ ମଣ୍ଡିତା

ଦୁହିତୃ ଭଗିନୀ  ବଧୂ ପୁଣି ପତ୍ନୀ

   ସେବା ନାରୀ ଜନୋଜିତା ।


ଧନ୍ୟ ଓ କୃତାର୍ଥ    ମନେ କରୁଅଛୁ

    ଜାଣି ଜୀବନ ଚରିତ

ଯେଉଁ ଶକତିର   ଉନ୍ମେଷ ମାତର

    ପ୍ରତିଧ୍ଵନି ଜାଗରିତ ।


ଦେବୀ ଚରିତ୍ରର   ମର୍ମ ଉଦ୍ଘାଟନ

    ଅନ୍ତର୍ଦୃଷ୍ଟି ଆବଶ୍ୟକ

ପୂତ ଓ ପବିତ୍ର    ଜନନୀର ରୂପେ

     ଜୀବନର ଅଲୌକିକ ।


ତ୍ୟାଗର ଗଙ୍ଗୋତ୍ରୀ  ଝରି ଦିବା ରାତ୍ରି

    ପୂଜ୍ୟ ପୂଜା ପରାକାଷ୍ଠା

ମାତୃ ମମତ୍ଵର     ନବ କଳେବର

    ଭକତି ଭାବର ଶ୍ରେଷ୍ଠା।


କୋଟି ପୁତ୍ର ଇଚ୍ଛା    ପ୍ରଭୁଙ୍କ ସଦିଚ୍ଛା

       ତ୍ୟଜି ଏକ ପୁତ୍ର ବ୍ରତ

ସଂସାରଟା ସାରା    ସନ୍ତାନରେ ଭରା

       ମାତା ତୁମେ ଅଦଭୁତ ।

     

ଏ ଯୁଗ ଶକତି    ପ୍ରେମର ଭକତି

      ଅନ୍ତଃଶତ୍ରୁ ବିଜୟରେ

ସାଧନର ମାର୍ଗ    ହୁଏ ନିଷ୍କଣ୍ଟକ

      ପବିତ୍ରତା ସଦାଚାରେ ।


ତୁମେ ସର୍ବେଶ୍ଵରୀ  ତୁମେ ମାହେଶ୍ୱରୀ

      ତୁମେ ମହାମାୟୀ ମାତା

ଜଳେ ସ୍ଥଳେ ନଭେ  ତୁମ ଜୟ ଶୁଭେ

      ବିଜୟ ବିଘୋଷ ଗାଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract