STORYMIRROR

Lokesh Kumar Jena

Abstract Children Stories Inspirational

4  

Lokesh Kumar Jena

Abstract Children Stories Inspirational

ଗଛ

ଗଛ

1 min
320

ଗଛଟେ ଲାଗଇ ଯତନେ ଯଦି ପାଣି ଢାଳିବା

ଚାରି ପାଖେ ତାର ନିବୁଜ କଣ୍ଟା ବାଡ଼ଟି ଦେବା

ଅନା ବନା ଘାସ ମୂଳରୁ ଶରଧାରେ କାଢିବା

ନିଜ ପୁତ୍ର କନ୍ୟା ଭାବିକି ଆମେ ତାକୁ ପାଳିବା।


     ସେହି ଗଛ ଦିନେ ରଖିବ ଆମ ଜୀବ ଜଗତ

     ଗଛ ପରା ଆମ ସଭିଙ୍କ ଅଟେ ପରାଣ ମିତ

     ଗପ କି କାହାଣୀ ନୁହଇଁ ଏକା କହୁଛି ସତ

     ଗଛ ବିନା ଆମ ଜୀବନ ଶ୍ୱତ ହୋଇବ ହତ।


ଗଛ ଯୋଗଉଛି ଆମକୁ ଖାଦ୍ୟ ବସ୍ତ୍ର ଓ ବାସ

ପ୍ରାଣବାୟୁ ଅମ୍ଳଜାନକୁ ଦିଏ ଦିନ ବରଷ

ଗଛ ବିନା ଆମ ନିଃଶ୍ୱାସ ଜମା ନାହିଁ ବିଶ୍ବାସ

ଗଛ ଅଛି ବୋଲି ପ୍ରକୃତି ଲାଗେ ଭାରି ସରସ।


     ଗଛ ଗଢ଼ି ଅଛି ଜଙ୍ଗଲ ଘନ ବନ କାନନ

     ପ୍ରାଣୀ କୁଳ ବଡ଼ ସରାଗେ କାଟୁଅଛି ଜୀବନ

     ଜୀବ ଜନ୍ତୁ ସର୍ପ ବିହଙ୍ଗ କରି ଆନନ୍ଦ ମନ

     ବିଚରନ୍ତି ନୀରିଭୟରେ ପୁଣି କଟାଇ ଦିନ।


ଜଳବାୟୁ ବୃଷ୍ଟିପାତ କୁ ଭାରସାମ୍ୟ ରଖଇ

ଗଛ ତାପମାତ୍ରା ବୃଦ୍ଧିକୁ ପରା ଦିଏ ଦୂରେଇ

ମୃତ୍ତିକା କ୍ଷୟ କୁ ବିରୋଧ ଗଛ ପୁଣି କରାଇ

ସଂସାରର ହାଣ୍ଡିଶାଳ ରେ ଅନ୍ନ ଦିଏ ପୁରାଇ।


    ଯେତେ ଦିବ୍ୟ ଜ୍ଞାନ ଦର୍ଶନ ସବୁ ମିଳେ ଗଛରୁ

    ଆମ ଜଗନ୍ନାଥ ଦେବତା ପରା ଅଟଇ ଦାରୁ

    ଗଛ ବିନା ଆମ ପୃଥିବୀ ହେବ ସମାନ ମରୁ

    ଗଛ ଲାଗଇବୁ ଧନରେ ତୁହି ଯେତେ ବି ପାରୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract