STORYMIRROR

Lokesh Kumar Jena

Inspirational Others

3  

Lokesh Kumar Jena

Inspirational Others

ମା କୋଟରାକ୍ଷୀ

ମା କୋଟରାକ୍ଷୀ

1 min
199

ମା କୋଟରାକ୍ଷୀ       ଗ୍ରାମର ଆରକ୍ଷୀ

       କୋଠାର ଗ୍ରାମେ ପୂଜିତା

କରୁଣା ଦାୟିନୀ       ଦୁର୍ଗତି ନାଶିନୀ

       ଜନ ମାନସେ ବନ୍ଦିତା ।


ବାବୁ ବୃନ୍ଦାବନ        ବଂଶ ଧର ଜନ

        କଲିକତା ଅବସ୍ଥାନେ

ବୟାଙ୍ଗ କୋଠାର      ଜମିଦାର ପୁର

        ଧରନ୍ତି ଡୋରି ଶାସନେ ।


ତାମସା ରାତ୍ରୀରେ    ଗ୍ରାମ ପଥେ ଫେରେ

          ମା କୁ କରି ପ୍ରାର୍ଥନା

ପୁତ୍ରେ ନିରାପତ୍ତା      ଦେବାପାଇଁ ମାତା

         ଉଡ଼ାଉ ଅଭୟ ବାନା ।


ସେ କୁଳ ସନ୍ତାନ       କଲେ ନିମନ୍ତ୍ରଣ

         ସାଥେ ଆସି ମାତା ତୁହି

ବସ୍ତ୍ରେ କଣ୍ଟା ଲାଗି      କିଆ ଓ କେତକୀ

         ଅଧା ବାଟେ ଗଲ ରହି ।


ଘୁଙ୍ଗୁର ପାଦର        ମଧୁର ଝଙ୍କାର

         କ୍ଷଣିକ ଶୁଭିଲା ନାହିଁ

ମାତା ଗଲେ ଫେରି      ଏକଥା ସୁମରି

        ପଛକୁ ଦେଲା ସେ ଚାହିଁ ।


ପୁତ୍ରରେ ଜଣାଇ      ମାତା ଦେଲେ କହି

        କାହିଁ କଲୁ ଅବିଶ୍ବାସ

ଯାରେ ସନ୍ତାନ        ବାୟାଙ୍ଗ ଭୁବନ

       ଏଠାରେ କରିବି ବାସ।


ଏତିକି ପ୍ରାରବ୍ଧ       ଥିଲା ତୋର ଲବ୍ଧ

       ଧନ୍ୟ ତୁ ସନ୍ତାନ ମୋର

ଆସିଲି ତୋ ପାଇଁ      ଉତ୍କଳର ଭୂଇଁ

       କଲିକତାରୁ କୋଠାର।


ପାଇ ସ୍ୱପ୍ନାଦେଶ       ଜମିଦାର ବଂଶ

        ମାତାଙ୍କ ପୂଜା ନିମିତ୍ତ

ପ୍ରସ୍ତର ମନ୍ଦିର        ଦକ୍ଷିଣକୁ ଦ୍ଵାର

      ଗଢ଼ାଇ ଦେଲେ ତୋରିତ।


ଛାଡି ଗାଈ ଗୋଠେ     ସରୋବର ତୁଠେ

        ଗାଈ ଆଳ ପିଲା ବସି

ବଜାଇ ବଂଶୀର        କର୍କଶର ସ୍ୱର

         ମା ଙ୍କୁ କରେ ବିରକ୍ତି।


ବ୍ରାହ୍ମଣ ଯେ ଆସି      ମନ୍ଦିରେ ପ୍ରେବେଶି

         ମା ଙ୍କ ମୂର୍ତ୍ତି ଦେଖନ୍ତି

ଦକ୍ଷିଣକୁ ଛାଡି        ମୁହଁ ଟିକୁ ମୋଡ଼ି

        ଉତ୍ତର ମୁହାଁ ହୁଅନ୍ତି।


ଏହି କିମ୍ବଦନ୍ତୀ       ସକଳେ ଜାଣନ୍ତି

      ମାଆ ହେଲେ ଆବିର୍ଭୁତା

ସେ କାଳରୁ ଆଜି     କୋଟରାକ୍ଷୀ ପୂଜି

      କୋଠାର ବାସି ବିଜେତା ।


ହେଉ ଅବା ଦୁଃଖ     ଅବା ବେଳେ ସୁଖ

       ମା ଙ୍କ ମନ୍ଦିରେ ଯାଇ

ଯଥା ରୀତି ନୀତି       ତ୍ୟାଗ ଓ ଭକତି

       ନୟନ ର ନିର ଦେଇ।


ଆକୁଳ ବେଦନା        ଅନ୍ତର ଭାବନା

        ସବୁ ପରା ବୁଝେ ସେହି

ବିଷମ ସଙ୍କଟ       ଘୋଡ଼ାଇ ସେ ଘଣ୍ଟ

       ଯଥାର୍ଥ ମାର୍ଗ ଦେଖାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational