STORYMIRROR

Krushna Chandra Lenka

Abstract Drama Inspirational

4  

Krushna Chandra Lenka

Abstract Drama Inspirational

ଝରକା ସେପାଖେ ପ୍ରତିବେଶୀ

ଝରକା ସେପାଖେ ପ୍ରତିବେଶୀ

1 min
366

ଝରକା ସେପାଖେ ଥାଏ ପ୍ରତିବେଶୀ,

ସୁଖ ଦୁଃଖ କାଳେ ଠିଆ ହୁଏ ଆସି।


ଦୁଇ ପରିବାରେ ଥାଇ ନର ନାରୀ,

ବଢ଼ାଇ ଥାଆନ୍ତି ସମ୍ପର୍କର ଡୋରି।


ଜଣେ ହୁଏ ସାହା ଅନ୍ୟ ଜଣ ପାଶେ,

ଅନ୍ୟ ଜଣେ ତାର ଦୁଃଖ ସବୁ ନାଶେ।


କ୍ଷୁଦ୍ର ଅବା ବଡ଼ ଥାଏ ଯେତେ କାମ,

ଦୁହେଁ ମିଶି ସଦା କରିଥା'ନ୍ତି ଶ୍ରମ।


ଏ'ଘର ତିଅଣ ସେଘରେ ଆଦର,

ସେ'ଘର ମଣିଷ ଏ'ଘରେ ନିଜର।


ନିଜ ନିଜ ମଧ୍ୟେ ଗର୍ବ, ଅହଂକାର

ନଥାଏ ବୋଲି ଯେ ହ୍ୱନ୍ତି ଆପଣାର।


ଏ'ଘର କୁସୁମ ବାସେ ସେଠି ଯହିଁ,

ସେ'ଘର ମାନବ ତୋଳି ନିଏ ତହିଁ।


ଉଛବ ପାଳନ୍ତି ଦୁହେଁ ମିଳିମିଶି,

ଭୁଞ୍ଜନ୍ତି ଆହାର ଅଗଣାରେ ବସି।


ନୀରବ ନିଶୀଥେ ଘଟେ କିଛି ଯଦି,

ଦୁଇ ଘର ଲୋକେ ପାଳିଥା'ନ୍ତି ବିଧି।


ଦୁଇ ଘର ମଧ୍ୟେ ଯେବେ ହୁଏ କଳି,

କିଛି କ୍ଷଣ ପରେ ଆପେ ଯାଏ ମିଳି।


କେଡେ ଭାବ ସତେ ପ୍ରତିବେଶୀ ସାଥେ,

ପଲ୍ଲୀପୁରେ ସଦା ନିବିଡତା ଏତେ।


ମାତ୍ର ଏଇ ଭାବ ଥାଏ କି ନଗରେ,

ଯାହା ରହିଥାଏ ସଦା ପଲ୍ଲୀପୁରେ।


ଗୋଟିଏ ପ୍ରାସାଦ ଏକ ଛାତ ତଳେ,

ନଗର ବାସିନ୍ଦା ରହି ତାର କୋଳେ ।


ଝରକା ସେପାଖେ ଥିବା ଲୋକମେଳେ,

ନିଜ ନିଜ ମଧ୍ୟେ ଭାବ ନାହିଁ ତିଳେ।


ଝରକା ଏପାଖେ ଅବା ପଛ ପାଖେ,

ହ୍ୱନ୍ତି ନାହିଁ ଠିଆ କାର ସୁଖେ ଦୁଃଖେ।


ହେୟ ମଣ ପଛେ ରଜନୀ ଘଟଣା,

ସ୍ପଷ୍ଟ ଦିବାଲୋକେ ସରବେ ଅଜଣା।


ସ୍ୱାର୍ଥ ପଛେ ଧାଇଁଥା'ନ୍ତି ଏଠି ଜନେ,

ସେନେହ, ଶରଧା ମିଳେ ନାହିଁ ଦିନେ।


ସମ୍ପର୍କର ଭାଷା ହୋଇଚି ଅଲୋଡ଼ା,

ମଣିଷପଣିଆ ହୁଏ ଲଷ୍ମୀଛଡା।


ଅର୍ଥ ଆଉ ସ୍ୱାର୍ଥ ଅତି ଆପଣାର,

ଆଉ ସବୁ ଏଠି ହୋଇଥାଏ ପର।


ବର ଜୀବ ଭାଳି ଗଢ଼ିଛି ଈଶ୍ୱର,

ଏ କି' ଅବିଚାର ଏ କି' ବୁଦ୍ଧି ତୋର ।


ବଦଳା ତୋହର ଏ ମାନସିକତା,

ତାହାଲେ ହୋଇବୁ ତୁ ଜଗତଜିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract