ବିରହ ବିଳାପ
ବିରହ ବିଳାପ
ସ୍ୟାହି ସରିବା ପୂର୍ବରୁ
ତୁମେ ଚାଲିଯିବାର ଅବଶୋଷ ଥିଲା
କିନ୍ତୁ ହୃଦୟର ଭାଷା ବୋଧେ
ଖାଲି କଲମ ବୁଝି ପାରିଲା !
ଲୁଣ୍ଠିତ ହୃଦୟ ଧରାଶାୟୀ ହେବା ପୂର୍ବରୁ,
ମୂହୁର୍ତ୍ତେ ହିଁ ତ ଶବ୍ଦ ଜାଲରେ ଛନ୍ଦି ହୋଇଗଲା ।
ନୀରବତା ରାଜୁତି କରେ
ଅନ୍ତର୍ମନକୁ ବିହ୍ୱଳିତ କରି,
ଯେବେ କେହି ଆପଣାର
ଛାଡ଼ିଯାଏ ଏକାକରି।
ହଁ, ଭିଡ଼ ଭିତରେ ଏକା ହେବା,
ସହଜ ତ ନୁହେଁ, ନିଶ୍ଚୟ !
କିନ୍ତୁ କିଏ ଜାଣିବ?
ମନ ଭିତରେ ସେ ଝଡ଼ର ଗଭୀରତା,
ଏଠି ପରା ବ୍ୟସ୍ତ ରହିବା ବି ଗୋଟେ କଳା।