STORYMIRROR

Akshayakumar Dash

Comedy Fantasy Children

3  

Akshayakumar Dash

Comedy Fantasy Children

ପ୍ରବେଶ

ପ୍ରବେଶ

1 min
212


ଅନାବନା ଘାସ ପଡ଼ିଆର

ନିକଟରେ ଛୋଟ ଗଡିଆର,

ମାଗୁରଟି ପଙ୍କେ ରହେଲୁଚି

ପାଣିରେ ମାଛଙ୍କ ଖେଳ ପୁଞ୍ଚି। 


କରାଣ୍ଡି, ଭାକୁର, ରୋହି ଛୁଆ

ପାଣିରେ ଡିଅଁନ୍ତି ନୂଆ ନୂଆ

ଗାଧୋଇ ଆସିଲେ ଲୋକ ମାନେ

ନଜର ପକାନ୍ତି ନାଚ ଧ୍ୟାନେ।


କିଏ ଛାଡ଼ି ଦେଲା ଢେଲା ଟିଏ

ଭାଙ୍ଗିଗଲା ମେଳା ଲୁଚେ କିଏ

ଗୋଧି ରହିଥିଲା ପାଣି କୂଳେ

ବୁଡ଼ିଯାଇ ଖାଇ ଗଲା ପୁଳେ।


ଧଣ୍ଡ ମଉସାସେ ଧାଇଁ ଯାଇ 

ହାକୁଡ଼ି ମାରଇ ମାଛ ଖାଇ

ପୋଖରୀ ହୁଡ଼ାରେ ମାଛରଙ୍କା

ଝାମ୍ପି ନିଏ ଥଣ୍ଟ କରି ବଙ୍କା।


ବଗ ଉଡ଼ିଆସି ଧ୍ୟାନ କରି

ଚିଲ ପରି ଝାମ୍ପି ନିଏ ଧରି,

ମାଗୁର କୁହଇ ଭାଇ ମାନେ

 ମେଳା ପାଇଁ ପାଇଗଲ ପାନେ।


ତୁମ ଡିଆଁ ଦେଖି ଗୋଧୀ,ବଗ,

ଧଣ୍ଡ, ମାଛରଙ୍କା, ଙ୍କରରଗ,

ଧାଇଁ ଆସି କେତେ ଦେଲେ ଖାଇ

ଏବେ ବୁଡ଼ିରୁହ ଜଳେ ଯାଇ।


ମାଛ ଆଉ ସବୁ ବୁଝି ଗଲେ 

ଅନଧିକାର ପ୍ରବେଶ କଲେ 

ମେଳା ହେଉ ଅବା ହାଟବାଟ

ଅଘଟଣ ମାନ ମାରେ ଛାଟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Comedy