STORYMIRROR

Bipin bihari Barik

Comedy

3  

Bipin bihari Barik

Comedy

ଦେବୀ ବାସନ୍ତୀ

ଦେବୀ ବାସନ୍ତୀ

1 min
186


ଶୀତ ଅନ୍ତ ଅନ୍ତେ ଆସଇ ବାସନ୍ତୀ,

ମୃଦୁ ପାଦ ପାଦେ ସୁଷମିତା ଅତି ଯେ।


ଅଙ୍ଗେ ରଙ୍ଗେ ଭରା ସୁଚାରୁ ମାଳତୀ,

ଚାରୁ ଚିତ୍ରଲେଖା ମନୋରମା ପ୍ରୀତି ଯେ।


ନବ ପଲ୍ଳବିତ ସୁଷମା ରଞ୍ଜିତ,

ନବଘନ ଶୋଭା ନିର୍ମଳ ଜଗତ ଯେ।


ସଙ୍ଗୀତ ମୁର୍ଛନା ବାଜେଣୀ ସମ୍ଭାର

ହର୍ଷିତ ପ୍ରକୃତି ଆଞ୍ଚଳେ ବିସ୍ତାର ଯେ।


ଅଳି ପୀକ ଶୂକ ହଳଦି ବସନ୍ତ,

ବିପିନ ବିହରୀ ନିଜ ଶବ୍ଦ ରତ ଯେ।


ସବୁଜ ବଳୟ ନୀଳୟ ପ୍ରକୃତି,

ଗାରିମା ମଣ୍ଡିତା ନିତି ବସୁମତୀ ଯେ।


ଶକ୍ତି ଶ୍ଵରୁପିଣୀ ପ୍ରକଟେ ନବମୀ,

ବନଦୁର୍ଗା ବିଜେ ବ୍ୟୋମକେଶ ଵାମି ଯେ।


ବସନ୍ତେ ବାସନ୍ତୀ ମା' ସିଂହ ବାହିନୀ,

ବସନ୍ତୁ ଆରୋଗ୍ୟ ହୁଏ ବିଶ୍ଵପ୍ରାଣୀ ଯେ।


ନାନା ପୁଷ୍ପ ମାଳ କୁସୁମ ଚନ୍ଦନ,

କପାଳେ ସିନ୍ଦୂର ଦିଶେ ଶୋଭାବନ ଯେ।


କେତେ ଫଳ ଗୁଡ଼ ମଧୁ ପଣା ପାଣି,

ଧୂପ ଦ୍ଵୀପ ଘଣ୍ଟ କାହାଳି ମେଲାଣୀ ଯେ।


ଯେବେ ତୁହି ମାଗୋ କରୁ ଆଗମନ,

ତୋର ପଦାର୍ପଣେ ହସେ ତ୍ରିଭୁବନ ଯେ।


ଦଶଭୁଜା ସଜା ତୁ ହେମଵଦନୀ,

ମଙ୍ଗଳ ମ୍ୟୟୀ ମା' ମଙ୍ଗଳ କାରିଣୀ ଯେ।


ନର ନାରୀ ପ୍ରାଣୀ ସାରଙ୍ଗ ନୀକର,

ସଭିଙ୍କର ଲୟ ତୋ ପାଦପଦ୍ମ ର ଯେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy