STORYMIRROR

Bipin bihari Barik

Romance

3  

Bipin bihari Barik

Romance

ପ୍ରେମ

ପ୍ରେମ

1 min
219

ଅଛିତ ଆକାଶ ଆକାଶରେ ଜହ୍ନ

ପ୍ରେମ ରେ ରହିଛି ଜୋଛନା ଭରି

ଆସିଲେ ବସନ୍ତ ବସନ୍ତେ ଫଗୁଣ

ଆସଇ ମହକ ସମୀର ଧରି।।


ଶୀତୁଆ ସକାଳ ଫୁଲ ପାଖୁଡାରେ

ସଞ୍ଜୀବନୀ ହୁଏ ପ୍ରେମ ତୁଷାର

ଅଙ୍କୁରିତ ହୁଏ ପ୍ରେମ ଟୋପା ଟୋପା

ପ୍ରେମ ମୋତି ଫୁଲ ମୁକୁତା ତା'ର।।


କୋଟିଏ ସଙ୍ଗୀତ ତୋଳନ୍ତି ଝଙ୍କାର

ଦୁଇଟି ହୃଦୟ ସିଂହରୀ ଥରେ

ଭାବର ଲହରୀ ଛୁଇଁ ଯାଏ ସଦା

ଓଠ ଗୁଣୁ ଗୁଣୁ ଗାଏ ଅଧିରେ।।


କୋଟିଏ ସପନ ରାତି ଆଣୀଦିଏ

ପ୍ରତିଟି ସପନ ହୁଅଇ ସତ

ସେଇ ସ୍ୱପ୍ନେ ସବୁ ରଙ୍ଗ ଭରିଯାଏ

କଳ୍ପିତ ପରାଣ ହୁଅଇ ମିତ।।


ପ୍ରେମ ଯୁଦ୍ଧପରେ ପରାଜୟ ଵରେ

ଦୁନିଆଟା ପରା ଲାଗଇ ତୁଛ

ସମସ୍ତ ସଂସାର ଲାଗଇ ଅସାର

ସବୁ କିଛି ପରା ଲାଗଇ ମିଛ।।


କରିବାକୁ ପ୍ରୀତି ମନେ ଲାଗେ ଭୀତି

ଦୁନିଆର ଗତିରୀତି କୁ ଦେଖି

ହୃଦୟ ମୋହର ଅତି ସୁକୁମାର

ପ୍ରେମର ପରଶେ ଅତର ମାଖି।।


ମାରି ଦେଇଥାଏ କ୍ଷଣିକ ପରାଏ

ପ୍ରତାରଣା ଭରା କେତେଯେ ବିଷ

ପ୍ରାଣଘାତୀ ହୋଇ ଅନ୍ଧ କରିଦିଏ

ମୁହଁରୁ ଛଡ଼ାଏ ପ୍ରତିଟି ହସ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance