ଵସନ୍ତ ଆଗମନ
ଵସନ୍ତ ଆଗମନ
ବସନ୍ତ ଚାରୁ ମଞ୍ଜୁଳ
ପୁଷ୍ପିତ କରେ ଆଞ୍ଜୁଳ।
ବୃକ୍ଷଲତା ମାନ ଶୋଭେ
ଵର୍ଣ୍ଣିଳ ନବ ପଲ୍ଳବେ।
ବହୁବିଧ ପୁଷ୍ପେ ଭରା
ସୌନ୍ଦର୍ଯ୍ୟ ମଣ୍ଡିତା ଧରା।
ରୁପ ଚାରୁମ୍ୟୟୀ ଦେବୀ
ରଙ୍ଗେ ପୁଲକିତ ଛବି।
ମହ ମହ ପରିମଳ
ସୁରଭିତ ବନମାଳ।
ବସୁମତୀ ହସେ ତୋରା
ବହଇ ମୃଦ୍ୟୁ ମଧୁରା ।
ବନଶୋଭା ମନରୋମ
ବିବିଧ ସୁମନେ ରମ୍ୟ।
ବିରାଜିତ ତ୍ରିମଣ୍ଡଳ
ବାସନ୍ତୀ ଶୋଭା ଅତୁଳ।
ଅଳି ପ୍ରାୟ ବସି ଗୀତ
ବିଧ୍ୱନିତ୍ ଚାରୁ ୠତ।
ବକୁଳର ତରୁ ଡାଳେ,
ସାରଙ୍ଗ ନିକର ତାଳେ।
ବୀଣା ଜିଣା କୁହୁ ଗାନେ
ବିଶେଷ ପଞ୍ଚମ ତାନେ।
ଅଳି ପିକ ଶୂକ ଶାରୀ
ଫଗୁଣର ରଙ୍ଗ ଭରି।