STORYMIRROR

Bipin bihari Barik

Fantasy

3  

Bipin bihari Barik

Fantasy

ଖରା ତରା

ଖରା ତରା

1 min
138


ଚୁନା ଚୁନା ଖରା ହୁଏ ଟାଣ ତୋରା

ନିର୍ମଳ ଗଗନେ ପରା,

ପହିଲି ଉଷାର ପହିଲି ସନ୍ଧ୍ୟାର

ଫରୁଆ ରଙ୍ଗ ପସରା।।

ତନୁ ମନୁ ଭରା ହୁଷ୍ଟ ପୁଷ୍ଟ ପରା

ପରଶେ କଅଁଳ ଖରା,

ଶସ୍ଯ ଶ୍ୟାମଳା କୃଷି ସାଥୀ ଧରା

ସ୍ୱଗତିକା ବସୁନ୍ଧରା।।

ପ୍ରାବୁଟେ ଅସରା ଶୀତେ ତନୁ ପୁରା

ବୈଶାଖେ ଅଲୋଡ଼ା ଖରା,

ପ୍ରାକୃତିର ପ୍ରୀତି ହୁଏ ଦିନ ରାତି

ବିରାଜିତ ଖରାତରା।।

ଶାରଙ୍ଗ ନିକର ଲାଗି ପ୍ରଭାକର

ଅବିରତେ କରେ ଡେରା,

ନିରନ୍ତର ଝରା ସୁନେଲିତ ତରା

ବିପିନ ମଧ୍ୟ ସୁନ୍ଦରା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy