STORYMIRROR

Tikeshwar Sahu

Comedy

3  

Tikeshwar Sahu

Comedy

କାହିଁ ଏତେ ହାଉ ହାଉ

କାହିଁ ଏତେ ହାଉ ହାଉ

1 min
283


କାହିଁ ଏତେ ହାଉ ହାଉ

ଖରା ବେଳଟାରେ କେଣିକି ଯାଉ,

ଦିନ ବେଳରେ ମୁହଁ ଲୁଚାଉ ,

କାହିଁ ଏତେ ହାଉ ହାଉ ।


କା ପାଇଁ ଏତେ ସଞ୍ଚିଲୁ

ଯୁବା ବେଳଟାକୁ ନଷ୍ଟ କରିଲୁ ,

ତୁଚ୍ଛାଟାରେ ଯେ ସବୁ ହାରିଲୁ 

କାହିଁ ଏତେ ହାଉ ହାଉ ।


ପାଞ୍ଚ ବରଷ ସରପଞ୍ଚ ହେଲୁ

ବନ୍ଧୁ ପରିଜନେ ଚାଉଳ ଦେଲୁ,

ଶେଷେ ନିଜେ ହରିଲୁଟ କଲୁ

କାହିଁ ଏତେ ହାଉ ହାଉ ।


ବଡ଼ ଲୋକଙ୍କୁ ମାଲିସ କଲୁ

ଇଜ୍ଜତ ମହତ ସବୁ ସାରିଲୁ,

ଶେଷେ ଜେଲରେ ନିଜେ ପଡ଼ିଲୁ 

କାହିଁ ଏତେ ହାଉ ହାଉ ।


ମଲା ଲୋକଙ୍କ ଟିପ ମାରିଲୁ

ନିଜେ ମଲା ବୋଲି ପ୍ରମାଣ କଲୁ ,

ବଞ୍ଚି ଥାଉଣୁ ଜୀବ ହାରିଲୁ 

କାହିଁ ଏତେ ହାଉ ହାଉ ।


ପାୱାରରେ ଥାଇ ସେଲୁଟ୍ ନେଲୁ

ପାୱାର ଯାଉଣୁ ମୁହଁ ଲୁଚାଉ,

ଯେଣେ ଯାଉ ଖାଲି ହାଉ ଯାଉ

କାହିଁ ଏତେ ହାଉ ହାଉ ।


ଅବାଟେ ଧନ ଅର୍ଜିଲୁ

ଅବାଟର ଧନ ଅବାଟେ ନେଲୁ,

ମନ୍ଦ କରମ କିମ୍ପା କରିଲୁ 

କାହିଁ ଏତେ ହାଉ ହାଉ ।


ଘରେ ଏବେ ବସି ଭାଳୁ

ଭାଳି ଭାଳି ଖାଲି ବୁଦ୍ଧି ସାରିଲୁ,

ବୁଦ୍ଧି ଭ୍ରଂଶର ବାଟ କରିଲୁ

କାହିଁ ଏତେ ହାଉ ହାଉ ।


ଜନ୍ମ ଜାତକ ସବୁ ଭୁଲିଲୁ

ବଂଶ ପରମ୍ପରା ଚୂଲିକୁ ଦେଲୁ,

ବଂଶ ନାଶକୁ ବାଟ ଧରିଲୁ

କାହିଁ ଏତେ ହାଉ ହାଉ ।


ଏମିତି କାହିଁକି କଲୁ

ଭଙ୍ଗା ନାଇଟିରେ ପମ୍ପ ମାରିଲୁ,

ଏବେ କରମ ଆଦରି ମଲୁ

କାହିଁ ଏତେ ହାଉ ହାଉ ।


Rate this content
Log in

Similar oriya poem from Comedy