Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swagatika Mishra

Comedy

3  

Swagatika Mishra

Comedy

ଶ୍ୱଶୁର ଘର

ଶ୍ୱଶୁର ଘର

1 min
154



ଶୁଣ ହେ ସୁଜନେ ଦେଇ ମନ କର୍ଣ୍ଣ

ଶ୍ୱଶୁରଙ୍କ ଘର କଥା,

ବଖାଣିବି ମୁହିଁ ଗୋଟି ଗୋଟି କରି

ଶୁଣିଲେ ଘୁରିବ ମଥା l


ଶ୍ୱଶୁର ମୋହର ଭାରି ରସିକିଆ

ଅତର ବୋଳନ୍ତି ଦେହେ,

ସୁନ୍ଦରୀ ତରୁଣୀ ପାଶୁ ଚାଲିଗଲେ 

ଦେଖି ତାଙ୍କ ଲାଳ ବୋହେ l


ମୋ ଶ୍ୱଶୁର ବୁଢା ସକାଳୁ ଖାଆନ୍ତି

ଚା ସାଙ୍ଗକୁ ଚୁଡା ଭଜା,

କହିଛନ୍ତି ମୋତେ ନେବା ପାଇଁ ସିଏ 

ଦୋକାନରୁ ମିଠା ଖଜା l


ଶାଶୁ ମୋର ଭାରି ମଡ଼ର୍ଣ୍ଣ ଅଟନ୍ତି

ପାର୍ଲର ଯାଆନ୍ତି ଡେଲି,

ନାରୀ ଗ୍ୟାରେଜକୁ ଯେତେ ଥର ଗଲେ

ଲାଗନ୍ତି ସେ ବୁଢ଼ୀଛେଳି l


ପାକୁଆ ପାଟିରେ ପାନ ସେ ଖାଆନ୍ତି

ଖାଇକି ଚିକେନ କସା,

ସବୁ ଗିଳିଦେଇ କୁହନ୍ତି କୁଆଡେ 

କରିଛି ଆଜି ମୁଁ ଓଷା |


ଶ୍ୱଶୁର ଝିଅର ଚାରୋଟି ଭଉଣୀ

ଦୁଇଟି କାଳି ସାବେନି,

ଆଉ ଦୁଇ ଜଣ ଗୋରୀ ଓ ପତଳୀ

ନିଅନ୍ତି ମୋ ମନ କିଣି |


କାଳି ଦୁଇଜଣ ରାତିଦିନ ବସି

ମେକପ ହୁଅନ୍ତି ବୋଳି,

ଗୋରୀ ଦୁଇଜଣ କେତେ ଯେ ଛନକି

ଆଖିରେ ଫୁଟାନ୍ତି ଗୁଳି l


ଗୋଟେ ବୋଲି ଶଳା ଅଛି ମୋର ପୁଣି

ସେ ଅଟେ ଉଡ଼ନ୍ତା କିଳା,

ସଭିଏଁ ଡାକନ୍ତି ବାବୁ ବୋଲି ତାକୁ

ମୁହିଁ ଡାକେ ସର୍ବ ଗିଳା l



Rate this content
Log in

Similar oriya poem from Comedy