STORYMIRROR

Sai Anshuman

Comedy

3  

Sai Anshuman

Comedy

ନୋଟ୍ ଲଗେଇଛି ନାଟ

ନୋଟ୍ ଲଗେଇଛି ନାଟ

1 min
223

ଗରମ୍ ଗରମ୍ ଖଡ୍ ଖଡ୍ ହୋଇ

ମାରିକି ବଡ଼ କୁହାଟ,

ପାଞ୍ଚ ବରଷ ରେ ଥରୁଟେ ଆସଇ

ନୋଟ୍ କରୁଥାଏ ନାଟ

 ଯେତେ ବେଳେ ଆସେ ଭୋଅଟ।

ଚିହ୍ନ ଦଳ ଯାଃ ହେଉନା କାହିଁକି

ଯଦି ଗରମ୍ ପକେଟ,

ଆମ ବଡ଼ନେତା ଚାଲ ଧର ଛତା

ଅନ୍ଧାର ରେ ମିଳେ ବାଟ

ଯେତେବେଳେ ଆସେ ଭୋଅଟ ।

ଏଇ ନୋଟ୍ ଧୀରେ ଧୀରେ ପୁଣି

ହୋଇଯାଏ ବିରାଟ,

ମନ୍ତିରି ହୋଇଲେ ଲାଞ୍ଚ କାରବାରେ

ଦେଖାଏ ନିଜର ଥାଟ 

ଯନ୍ତ୍ରୀ ତନ୍ତ୍ରୀ ଲଟ ପଟ ।

ପି ସି କାରବାରେ ପେଷି ହୋଇ ଯାଏ

ଗାନ୍ଧୀ ଙ୍କ ପ୍ରିୟ ଅରଟ,

ଜନ ଗଣ ମନ ହିନ୍ଦୁସ୍ଥାନ ରେ

ସେଇ ନାଆଁ ସର୍ବେ ରଟ

 ଗଣ ତନ୍ତ୍ର ନଟି ନଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy