ଯାତ୍ରା ସଙ୍ଗୀତ
ଯାତ୍ରା ସଙ୍ଗୀତ
ମାଝିରେ
ସକାଳ ସୁରୂଜ
ଆଙ୍କିଛି ମୁରୁଜ
ତୋ ଅହେତୁକ କୃପା ବଳେ,
ସେଇ ଥିରୁ ମୋତେ
କାଣିଚାଏ ଦେବୁ
ପ୍ରତିକ୍ଷିତ ଭବ ଜଳେ ।
ମାଝିରେ
ସବୁ ତ ତୋହରି
ଅନୁକମ୍ପା ବାରି
ଭାବ ବିଭବ ର ନକଲ,
ମୋ ନାବ ରେ ଥରେ
ଯାତ୍ରୀ ହୋଇ ଗଲେ
ଭାବୁଛ ନେବି କି ମୁଁ ମୂଲ ?
ମାଝିରେ
ଧନ ଦଉଲତ
କି ହେବ ମୋହର
ତୁ ମୋ ପରଶ ମଣି,
ତୋ ପାଦ ଧୂଳି
ହେବା ପାଇଁ ବୋଳି
ଚାହିଁଛି ସାଥେ ଘରଣୀ ।

