STORYMIRROR

Sai Anshuman

Inspirational

3  

Sai Anshuman

Inspirational

ଗୁରୁ ବନ୍ଦନା

ଗୁରୁ ବନ୍ଦନା

1 min
227

ହେ ଗୁରୁ ବର ପରମ ଈଶ୍ୱର

ତୁମ ମଧୁର ବଚନେ,

ଦିଅନ୍ତୁ ଆଶିଷ ଖେଳି ଯାଉ ବିଶ୍ୱ

ପ୍ରତିଟି ଶୁଭ ଲଗନ ।


ଜୀବନର ଏଇ ପ୍ରଥମ ପାହାଚେ

ଆମେ ତ ମାଟି ପିଣ୍ଡୁଳା,

ସଂସ୍କାର ସଂସ୍କୃତି କରି ଦିଅ ଭର୍ତ୍ତି

ତୁଟୁ ହିଂସା ଦ୍ୱେଷ ଜ୍ଵାଳା ।


ଯୁଗେ ଯୁଗେ ତୁମେ ନିଅ ଅବତାର

ଦେ଼ଇ ଶିକ୍ଷା ଆଲୋକ,

ତୁମେ ଆତ୍ମଶକ୍ତି ତୁମେ ଗତି ମୁକ୍ତି

ତୁମେ ହିଁ ମୂଳ ପୁସ୍ତକ ।



Rate this content
Log in

Similar oriya poem from Inspirational