STORYMIRROR

Bidyadhar Mantry

Abstract Comedy Classics

4  

Bidyadhar Mantry

Abstract Comedy Classics

ପିଲାଙ୍କ ପ୍ରଶ୍ନ

ପିଲାଙ୍କ ପ୍ରଶ୍ନ

1 min
239


ପିଲା,କିନ୍ତୁ ପ୍ରଶ୍ନ ପିଲା-ଳିଆ ନୁହଁ

ପିଲାଙ୍କ ପ୍ରଶ୍ନ ର ଉତ୍ତର 

ସବୁ ଉତ୍ତର ଦେବାକୁ ହେବ

ଯେ କୌଣସି ପାଞ୍ଚଟି ର ନୁହଁ,ସେଇଟା ପରୀକ୍ଷା ର

ଠିକ୍ ଉତ୍ତର ଦେବା ବିଧେୟ

ଉତ୍ତର ପାଖରେ ନାହିଁ ତ ଉତ୍ତର ଦେବାର ନାହିଁ।


ଆଜିକାଲି ର ପିଲା

ସ୍ମାର୍ଟ୍ ପିଲା,ପ୍ରଶ୍ନ ବି ସ୍ମାର୍ଟ୍

ପ୍ରଶ୍ନ ବି ପଚରା ଯାଉଛି ନିର୍ଭୟରେ

ପ୍ରଶ୍ନ ପଚାରିବା ରେ ଭୁଲ୍ ନାହିଁ

ଯଦି ବା ପ୍ରଶ୍ନ ଭୁଲ୍,ଭୁଲ୍ ପାଇଁ ଦଣ୍ଡ ନାହିଁ

ସବୁ ଉତ୍ତର କୁ ପ୍ରଶ୍ନ ଆକାର ରେ ପଚାରିବା

ଆଜି କାଲି ପିଲାଙ୍କ ଲକ୍ଷଣ

ଜାଣି ଶୁଣି ଦୁଷ୍ଟାମି ହେବାର ଲକ୍ଷଣ।


ଆଜି କାଲି ପିଲାଙ୍କ ପ୍ରଶ୍ନ ବି ଅଜବ

ଜନ୍ମ ହେବା ପଛରେ କାହାର ହାତ !

ଖାଲି ପେଣ୍ଠି କୁକୁଡ଼ା ରଖିଲେ ଅଣ୍ଡା ନାହିଁ,କାହିଁକି !!

ରାବଣ ର ଦଶ ମୁଣ୍ଡ ରେ କେମିତି ଖାଏ!

ରାମ ଲଙ୍କା କୁ ମାଙ୍କଡ କାହିଁକି ନେଲେ!

ପୁଷ୍ପକ ବିମାନ କଣ ବିନା ଇନ୍ଧନ ରେ ଉଡେ!

ମଲେ ସ୍ବର୍ଗ ନା ନର୍କ କେମିତି ଜାଣିବ!

ସ୍ବର୍ଗ ଓ ବୈକୁଣ୍ଠ କିଏ ଦେଖିଛି!

ଉତ୍ତର ଜାଣିଥିଲେ କୁହ

ଗୁଗୁଲ୍ ପାଖରେ ବି ଉତ୍ତର ନାହିଁ।


ଆଖିବୁଜି ସବୁ କଥା ରେ ହଁ 

ଅସମ୍ଭବ,ପ୍ରମାଣ ଦରକାର

ଉତ୍ତର କୁ ପ୍ରମାଣିତ କରିବାକୁ ହେବ

ତେବେ ଯାଇ ଉତ୍ତର ଠିକ୍ ନା ଭୁଲ୍ କହି ହେବ।


ପିଲା ନ ଖାଇଲେ ମା ଡାକୁଥିଲା

ଏ କାଉ, ବାୟା,ଭୂତ ଆ,ନେ ନେ

ଏବେ ପିଲାର ସ୍ମାର୍ଟ୍ ଫୋନ୍ ଦରକାର

ଫୋନ୍ ଭିତରେ କାଉ, ବାୟା,ଭୂତ ସବୁ ଅଛି

କଥା ନ କହିବା ଆଗରୁ ଗୁଗୁଲ୍ କୁ ଜାଣିଛି

ପ୍ରଶ୍ନ ପଚାରିଲେ ଗୁଗୁଲ୍ ଉତ୍ତର କହୁଛି

ଉତ୍ତର ତ ଉତ୍ତର ,ଉତ୍ତର ସହିତ ଅଧିକ ଉତ୍ତର।


ପିଲାଙ୍କ ପ୍ରଶ୍ନ ଏବେ ମୁଣ୍ଡ ବିନ୍ଧାର କାରଣ

ଅଥଚ,ପିଲେ ଏଠି ସେଠି ପଚାରୁ ନାହାନ୍ତି

ଗୁଗୁଲ୍ ଭଲ ତ ପିଲାଏ ଭଲ

ଗୁଗୁଲ୍ ପାଖରେ ଉତ୍ତର ନ ମିଳିଲେ

ପାଖରେ ଯିଏ ଥିଲା, ତା' କୁ ହିଁ ପ୍ରଶ୍ନ।


ପିଲା ପ୍ରଶ୍ନ ର ଉତ୍ତର ଦେବାକୁ ହେବ

ପ୍ରଶ୍ନ ବହି ଭିତର ହେଉ କି ବାହାର

ବୁଝିଲା ପରି ବୁଝାଇବାକୁ ହେବ

ପିଲାଙ୍କ ପ୍ରଶ୍ନର ସମାଧାନ ହେଉ

ଅଯଥା ପ୍ରଶ୍ନ ପଚାରିବା ଠୁ ଦୂରେ ରଖାଯାଉ।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract