STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମହିଳା ମଣ୍ଡଳ ଗୋଷ୍ଠୀ

ମହିଳା ମଣ୍ଡଳ ଗୋଷ୍ଠୀ

1 min
137

(ରମ୍ୟ ରଚନା)


ହ‌ଇଓ ଶୁଣିବ କୁନାବାପା ମୋର

    କୁନାଟି ଯେବେ କାନ୍ଦିବ,

ପପୁ ବୋତଲରେ କ୍ଷୀର ଟିକେପେଇ

    ପୁଅକୁ ତୁନି‌ କରିବ।

ହଁ...ମନ କରି, ସବୁ କାମ ଛାଡି

    ନିଶ୍ଚୟ ଛକକୁ‌ ଯିବ,

ବଡ଼ ଦେଶୀ ମାଛ ଦୁଇ କିଲେ ଆଣି

    ଆମ୍ଵୁଲ ଦେଇ ରାନ୍ଧିବ‌।

ପେଟିମାଛ ଆଉ ମୁଣ୍ଡଫୁଣ୍ଡ ଦେଖି

    ରଖିଥିବ ମୋ ପାଇଁ,

ବେଶୀ ଧ୍ୟାନଦେବ ବେଲାଏ ତର୍କାରୀ‌ 

    ଯେହ୍ନେ ଊଣା‌ ହେବ ନାହିଁ।

ମିଟିଙ୍ଗି ଫେରିବା ନିଶ୍ଚୟ ମୋହର 

    ଅବଶ୍ୟ ବିଳମ୍ବ ହେବ,

ମହିଳା ମଣ୍ଡଳ ସଭାନେତ୍ରୀ ମୁଁ ଯେ

    ଏ କଥା ଭୁଲି ନ ଯିବ।

କୁନାବାପା କହେ ଯାଆନ୍ତୁ ମ୍ଯାଡାମ‌

    ସବୁ କାମ ସାରିଦ଼େବି,

ଘର ଖରିକିବି‌,ବାସନ ମାଜିବି,

    କୁନାକୁ ମୁଁ କ୍ଷୀର ଦେବି।

ସବୁ ଆଜ୍ଞା ମୁଁ ଯେ ପାଳନ କରିବି

    ମାଛଝୋଳ‌ କରିଥିବି,

ତୁମ ଫେରିବାର ବାଟକୁ ମୁଁ ଚାହିଁ 

    ଅପେକ୍ଷାରେ ବସିଥିବି।

ମିଶନ ଶକତି‌ ମାଇପି‌ ରାଜୁତି  

    ମହିଳା ମଣ୍ଡଳ ଗୋଷ୍ଠୀ,

ଗେରସ୍ତ ଉପାଧି ମୂଲ୍ୟ ହ୍ରାସ ଆଜି

    ଇଏ କଳିଯୁଗ ରୀତି‌।

କାନ୍ଧରେ ଭେନିଟି‌ ଆଖିରେ ଚଷମା‌

    ପାଦେ ମାଡ଼ି ହାଇହିଲି‌,

କୁନାବୋଉ ଚାଲେ ପଛକୁ ବୁଲେଇ

    ହାତୀ ଭଳି ଝୁଲି ଝୁଲି।

ଅତର ବାସ୍ନା‌ ତା' ଦେହୁ ଗନ୍ଧ ଛୁଟେ

    ଚୂଳ ଉଡ଼େ ଫୁରୁ‌ଫୁରୁ,

କାନେ ମୋବାଇଲ ଦେଇ ଚାଲୁଥାଏ

    ଫୋନ୍ ସିଏ କରୁକରୁ‌।

ଗାଆଁ କ୍ଲବ୍ ପିଣ୍ଡା ମିଟିଙ୍ଗ୍‌ର ଜାଗା

   ମାଇପିଙ୍କ ହେଲା ମେଳ,

ସମସ୍ତେ କୁହନ୍ତି କେହି ନ ଶୁଣନ୍ତି

   ମିଳେ ନାହିଁ ଅଗମୂଳ‌।

ଖଡିଟିକୁ‌ ବାଧା ଦେଇନାହିଁ ଯିଏ

   ସ୍କୁଲ ମାଟି ମାଡିନାହିଁ,

ସେହି ପୁଣି ବେଶୀ ଲେକ୍ଚର ଝାଡୁଛି‌

   ଫୁଟାଣିଟା ମାରିଦେଇ।

ସରକାର ଆମ ତିଆରି କରିଲେ

    ମହିଳା ମଣ୍ଡଳ ଗୋଷ୍ଠୀ,

ନାରୀଟି ବାହାର ଦୁନିଆଁ ଦେଖିବ‌

    ଆଖି ତା'ର ଯିବ ଫିଟି‌।

ହେଲେ ଏ ମଣ୍ଡଳ ଗଢା ହେଲା ଦିନୁଁ

    ନାରୀ ଘରେ ରହୁନାହିଁ,

ଅଧିକାଂଶ ମୂର୍ଖ ଯେ ପଡ଼ିଛି ଷଷ୍ଠ

    ଗୋଷ୍ଠୀର ମୂଖ୍ଯଟି‌ ସେହି।

ଭାରତ ଫାଇନାନ୍ସ କମ୍ପାନୀ ସାଆରେ‌

    ଋଣ ଦେଇ ଯାଇଥିଲା,

ସେଇଟଙ୍କା ପାଇଁ ମାଇପିଙ୍କ‌ ମଧ୍ୟେ

    ଝାମେଲାଟା‌ ଲାଗିଗଲା,

କାଉ ବସାଟାରେ‌ ଢାମଣା ସାପଟି

    ସତେ କିବା ପଶିଗଲା,

ଥିଲେ ଥିଲେ ପୁଣି ଘୋଷଡା‌ ଘୋଷଡି‌

    ଲାଗିଗଲା ସେଠି ପାଲା‌ ।

ଧନ୍ୟ ସରକାର ଧନ୍ୟ ତୁମ ଏହି

    ମହିଳା ମଣ୍ଡଳ ଗୋଷ୍ଠୀ,

କଥାରେ କଥାରେ‌ କଳିକଜିଆ‌ ଯେ

    ଧରାଧରି ହୋନ୍ତି ଚୂଟି‌।

ବ୍ୟାଙ୍କ ଦ‌ଉଛି ବିନା ସୁଧେ‌ ଋଣ

    ମହିଳାଙ୍କ ହିତ ପାଇଁ,

ବିନାସୁଧ‌ ଟଙ୍କା ୧୦ଟଙ୍କିଆରେ‌

    ମାଇପେ‌ ଲଗାନ୍ତି ନେଇ‌।

ମହିଳା ମଣ୍ଡଳ ପ‌ଇସାକୁ କା'ର

   ଫାଙ୍କିବାକୁ ସାଧ୍ୟ ନାହିଁ,

ଏକଜ୍ଜୁଟ ହୋଇ ଘରେ ପଶି ଯିବେ

    ଇଜ୍ଜତକୁ ନେବେ ସେହି।

ହୁଅ ହେ ଏକାଠି ଭାଙ୍ଗ ମଦଭାଟି‌

    ସେଥିରେ ନାହିଁ ଆପତ୍ତି,

ଅପର୍ତ୍ତି କହୁଛି ଭଲ କଥା ନୁହେଁ

    ଧରାଧରି‌ ହେଲେ ଚୂଟି‌। 



Rate this content
Log in

Similar oriya poem from Comedy