STORYMIRROR

Arun Kumar Meher

Comedy

4  

Arun Kumar Meher

Comedy

କେମିତିକା ଏ ଖୁସି

କେମିତିକା ଏ ଖୁସି

1 min
222


ସପନରେ ଗଲି ମୋ ପ୍ରିୟା ପାଖକୁ

କଣ୍ଢେଇ ଗୋଟିଏ ନେଇ

ବୁଝେଇ ସୁଝେଇ କହିଲି ପ୍ରିୟାକୁ 

ମୁ ଟେଡି ଗୋଟିଏ ଦେଇ ।।


ପ୍ରିୟା ମୋ ହସିଲା ମୁରୁକି ଚାହିଁଲା

କହିଲା ଟିକେ ଲାଜେଇ 

ତମେ ଥିଲେ ପାଖେ କିଛି ଲୋଡା ନାହିଁ

ତମେ ମୋର ଟେଡି ସେଇ ।।


ହାତକୁ ତାହାର ବୁଲେଇ ଆଣିଲା

ମୁଣ୍ଡକୁ ଦେଲା ଆଉଁଷି 

ନକଲି ଚୁଟି ମୋ ତଳେ ପଡିଗଲା

ଚଟାଣକୁ ଗଲା ଖସି ।।


ମୋ ରୂପ ଚେହେରା ଦେଖି ପ୍ରିୟା ମୋର

ହୋସ୍ ଗଲା ତା'ର ଉଡି

ବୋଉ ତା ଦେଖିଲା ଧାଇଁ କି ଆସିଲା

ଡାକିଲା ପାଟିରେ ରଡି ।।


ତା ବୋଉର ଦେଖି ନାଲି ନାଲି ଆଖି

ଭୟରେ ଥରୁଛି ବେଶି

ଦୌଡି କି ଗେଟରୁ ଯେମିତି ଡେଇଁଛି 

ଖଟରୁ ଗଲି ମୁଁ ଖସି ।। 

 

ସପନ ମୋହର ହୋଇଗଲା ଚୁନା

କଳ୍ପନାରେ ଭାବେ ବେଶି

ମେଡିକାଲ ବେଡ଼ରେ ପଡି ରହିଛି

କେମିତିକା ଏଇ ଖୁସି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy