ସମୟର ଖେଳ
ସମୟର ଖେଳ
1 min
140
ସବୁ କିଛି ଏଠି ସମୟର ଖେଳ
ବନ୍ଧୁ କିଏ ବା କହିବ
କାହା ମୁଣ୍ଡରେ ଅଜାଡ଼ି
ଦେବ ଦୁଃଖର ପାହାଡ଼ ll
କିଏ ବା ଜାଣିଛି ଯେ
ସେ ସମୟ ଦିନେ
ଖୋଜି ଆଣି ଦେବ
ଅନେକ ସୁଖର ସମ୍ଭାର ll
ଠିକ୍ ଯେମିତି କଥାରେ ଅଛି
ପିଲାଦିନେ ଶୁଣିଥିବା
ସେଇ ବୁଢ଼ୀ ଅସୁରୁଣୀ ଗପ ll
ଅକାତ କାତ ପାଣି ଭିତରେ
ଥିବା ସେଇ ସିନ୍ଧୁକର ସନ୍ଧାନ
କାହାକୁ ବା ଏଠି ମିଳିବ ll
ସମୟ ବୁଝେନା
କିଏ ଧନୀ କିଏ ଗରିବ
ସମୟ ବୁଝେନା
ସକାଳ କି ସଞ୍ଜ
ଅବିରତ ବହି ଚାଲେ
ସମୟର ନଈ ll
ସମୟ ତ ଏଠି
ବହୁ ମୂଲ୍ୟବାନ
ତା ଠାରୁ ନୁହଁ ଆଉ
କେହିଁ ବଳବାନ
ଏ ହେଉଛି ସମୟର ବଳ
ସବୁ କିଛି ଏଠି
ସମୟର ଖେଳ ।।
