STORYMIRROR

Arun Kumar Meher

Tragedy

3  

Arun Kumar Meher

Tragedy

ଏଇ ତ ଜୀବନ

ଏଇ ତ ଜୀବନ

1 min
185


ବିଚିତ୍ର ଏ ଦୁନିଆଁ ଏଠି 

ଏନ୍ତୁଡ଼ିରୁ ଆରମ୍ଭ ଜୁଈରେ ଶେଷ 

ମଝିରେ ଅବୁଝା ଏ ମନ 

ଏଇ ତ ଜୀବନ ଏଇ ତ ଜୀବନ ।


କେତେବେଳେ ଦୁଃଖ କେତେବେଳେ ସୁଖ

ଏଠି ଦୁଃଖ ମିଳୁଥାଏ ମାଗଣା

ହେଲେ ସୁଖର ମିଳେନି ଠିକଣା

ସୁଖ ହୁଏ ଏଠି ସାତ ସପନ 

ଏଇ ତ ଜୀବନ ଏଇ ତ ଜୀବନ ।


ଆଶା ବାନ୍ଧିଥାଏ ମନରେ ଯେତେ

ସବୁ ହୁଏ ବାଟବଣା

ଦିନ ପରେ ରାତି,ରାତି ପରେ ଦିନ 

ଏଠି ବାଟ ଚାଲିବାଟା ମନା

ସତରେ ଏ କଣ ଜୀବନ ?

ଏଇ ତ ଜୀବନ ଏଇ ତ ଜୀବନ ।


ଆଖିରୁ ଲୋତକ ଝରି ପଡୁଥାଏ 

ହେଲେ ଏଠି କାନ୍ଦିବାକୁ ହୁଏ ମନା

କଣ୍ଟକିତ ଏଇ ଜୀବନ ପଥ, 

ପ୍ରତିପାଦେ ଥାଏ କଣ୍ଟା ଫୁଟିବାର ସମ୍ଭାବନା

ସ୍ମୃତି ହୋଇ ରହିଥାଏ ଖାଲି ପାଦ ଚିହ୍ନ 

ଏଇ ତ ଜୀବନ ଏଇ ତ ଜୀବନ ।


ସଂସାରର ଗାଡ଼ି ଗଡି ଗଡି ଯାଏ 

ହସ, କାନ୍ଦ ଏ ଜୀବନ ପଥରେ

ହୋଇଥାନ୍ତି ଗୋଟେ ଗୋଟେ ଖେଳନା

କାହାକୁ କହିବ କିଏ ବା ବୁଝିବ

କର ନାହିଁ ମନ ଊଣା 

ପ୍ରତି କ୍ଷଣେ ବିଚଳିତ ହୁଏ ମନ

ଏଇ ତ ଜୀବନ ଏଇ ତ ଜୀବନ ।


Rate this content
Log in

Similar oriya poem from Tragedy