ଭିନ୍ନ ଏକ ସତ୍ୟବାନ
ଭିନ୍ନ ଏକ ସତ୍ୟବାନ
ନିଘୋଡ ନିଦରେ ଶୋଇଥିଲି ମୁହିଁ
ଫୋନ ଶୁଭିଲା ମୋ କ୍ରିଂ କ୍ରିଂ
କୋକିଳ କଣ୍ଠରେ ଶୁଭିଲା ସେପାଖୁ
କିହୋ ନିଦ କିଆଁ ଏ ଯାଏ ଭାଙ୍ଗି ନାହିଁ ।
ସକାଳ ପହରୁ କରିଛି ଅପେକ୍ଷା
ବେଳ ଆସି ଦିଇଟା ହେଲାଣି
ଫଳ ମୂଳ କି ଡ୍ରେସ୍ ମୋ ପାଇଁ
ଜମାରୁ ବି ଆଣିଲ ନାହିଁ ।
ବାଇକିରେ ଆଜି ବୁଲିବାକୁ ଗଲେ
ଯେମିତି ହେଲେ ଯମ ସାଥିରେ
ହୋଇଥାନ୍ତା ଆମର ଭେଟ
ମୋତେ ମାଗିଥାନ୍ତେ ଅଟୋଗ୍ରାଫ ଗୋଟେ
ତମର ଉଠାଇ ଥାନ୍ତେ ଫଟୋ ।
ଚିହ୍ନା ପରିଚିତ ହୋଇଗଲେ ଥରେ
ଜୀବନେ ନ ଥିବ କାହାକୁ ବି ଡର
ଏତିକି ଶୁଣି ମୁ ଫୋନ କାଟିଲି
ମୁଣ୍ଡ ମୋ ଦେଲାନି ଆଉ କାମ
କିହୋ ଯମ ସାଥିରେ ଭେଟ ପଡି ଥରେ
ନେବି କାଇଁ ମୁଁ ଏବେଠୁ ନାମ ।
ଫେରିଛି କି କିଏ ଯମ ପୁରଠୁ
ଆଜି ମୁଁ ଆସିବି ଫେରି
ଭେଟ ପଡିଗଲେ ଯମ ରାଜା ସାଥେ
ଫଟୋ ହୋଇ ଝୁଲିବି କାନ୍ଥରେ ତା'ରି ।
ଦରକାର ନାହିଁ ଭାଇ ହେବି ନାହିଁ
ଆଜି ମୁଁ ଏ କଳିଯୁଗ ସତ୍ୟବାନ
ଜମାରୁ ହୋଇନି ମୁଁ ଏଯାଏ ବାହା
ଆଜି ଠାରୁ ଏ ସାବିତ୍ରୀ ପ୍ରେମରେ
ଜମା ମୁଁ ପଡିବି ନାହିଁ
ଭଗବାନ ହେବେ ମତେ ସାହା ।।
