Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Meher

Others

4.5  

Arun Kumar Meher

Others

ହଁ ହଁ ମୁଁ ଚାଷୀ

ହଁ ହଁ ମୁଁ ଚାଷୀ

1 min
342



ହଁ ହଁ ମୁଁ ଚାଷୀ

ସଭିଙ୍କ ଓଠରେ ଦେଇଥାଏ

ମୁଁ ଟିକିଏ ମୁରୁକି ହସି ,

ଋଣ ଭାରେ ପଛେ 

ମୁଁ ବୁଡ଼ି ମରିଥାଏ 

ତଥାପି ମୁଁ ଏଠି 

ବହୁତ ଖୁସି

ହଁ ହଁ ମୁଁ ଚାଷୀ ।


ମାଟିର ମଣିଷ ମୁଁ

ମାଟି ସାଙ୍ଗେ ଯାଇଥାଏ 

ନିଇତି ଏମିତି ମିଶି ,

ଯେତେ ଝଡ଼ ଝଞ୍ଜା 

ଆସିଲେ ଜୀବନେ

ଯାଏନି କେବେ ମୁଁ ଋଷି

ହଁ ହଁ ମୁଁ ଚାଷୀ ।


ଦାନା ମୁଁ ଯୋଗାଏ 

ସଭିଙ୍କୁ ଖୁସିରେ

ଖରା ବରଷାକୁ

ଖାତିରି ନାହିଁ ରେ

ହଳ,ଲଙ୍ଗଳ ମୋ

ପ୍ରକୃତ ସାଥୀ

ହଁ ହଁ ମୁଁ ଚାଷୀ ।


ମାଟି କାଦୁଅରେ 

କରିଛି ଘର ,ଘର ମୋର

ଅଟେ ସରଗ ପୁର,

ସେଇ ମାଟି ମୋର

ସବୁଠୁ ନିଜର

ମାଟି କୁ କରିବି ମୁଁ

କେମିତି ପର ,

ମୁଁ ପରା ସବୁଠୁ ଖୁସି

ହଁ ହଁ ମୁଁ ଚାଷୀ ।


ବରଷା ଉପରେ କରିଛି

ଭରସା, କେବେ କେବେ

କରେ ମତେ ସେ ନିରାଶା

ବାଟ ଭାଙ୍ଗି କେବେ ମୁଁ

ଯାଏନି ଋଷି ,ପଖାଳ 

କଂସାରେ ହୁଏ ମୁଁ ଖୁସି

ହଁ ହଁ ମୁଁ ଚାଷୀ ।


Rate this content
Log in