Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Meher

Others

4.0  

Arun Kumar Meher

Others

ଆସ ହେବା ସଚେତନ

ଆସ ହେବା ସଚେତନ

1 min
181



ଆସ ହେବା ସଚେତନରେ ଭାଇ

ଆସ ହେବା ସଚେତନ 

ଟ୍ରାଫିକ ନିୟମ ପାଳନ କରିବା

ମୂଲ୍ୟବାନ ଅଟେ ଆମରି ଜୀବନ ।


ଦେଖି ଚାହିଁ ଯିବା ବାଟରେ ଘାଟରେ 

ଚାଲୁଥିବ ଭାରି ଯାନ

ହେଲମେଟ ଲଗାଇ ଗାଡି ଚଳାଇବା

ରହିଥିବା ସାବଧାନ ।। 


ପାଦରେ ଲଗାଇବା ଜୋତା ହଳେ 

ସାଙ୍ଗରେ ଆଣିବା ଡିଏଲ 

ଆର୍'ସି ବୁକ୍ ପାଖରେ ଥିଲେ 

ହେବା ନାହିଁ କଲବଲ ।


ଆଗପଛ ଦେଖି ଗାଡ଼ି ଚଳାଇଲେ

ଆସିବ ନାହିଁ କେବେ ବିପଦ

ଓଭର ଟେକ ଜମାରୁ କରିବା ନାହିଁ

ଜୀବନ ଅଟେ ଅମୂଲ୍ଯ ସମ୍ପଦ ।


ଦ୍ରୁତ ବେଗରେ ଗାଡ଼ି ଚଳାଇବା ନାହିଁ

ଘଟିବ ନାହିଁ ଦୁର୍ଘଟଣା

ଏବେ ଠାରୁ ହେଲେ ଆମେ ସଚେତନ

ହେବା ନାହିଁ ବାଟବଣା ।।



Rate this content
Log in