Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Meher

Romance

4.5  

Arun Kumar Meher

Romance

ସାଥୀ

ସାଥୀ

1 min
412



ଏ ମନ ଖୋଜୁଛି ସାଥୀଟିଏ ଆଜି

ଭିଜିବାକୁ ତା'ରି ପ୍ରେମରେ,

କିଏ ଜାଣେ କେବେ ଆସିବ ସେ ଦିନ

ସପନ ଦେଖୁଛି ପ୍ରତି ମୁହୂର୍ତ୍ତରେ ।


ତା' ସାଥେ ଗପିବାକୁ 

କେତେ ଅନାବନା କଥା

ନିତି ଆସୁଛି ମୋ ମନରେ,

କିଏ ଜାଣେ କାହିଁକି

ଭାରି ଇଚ୍ଛା ଲାଗେ

ଫଗୁଣର ଏଇ ରଙ୍ଗରେ ।


ଲୁଚକାଳି ଖେଳେ ଆଜି ଫଗୁଣର ରଙ୍ଗ 

ତୁମ ବିନା ଲାଗେ ଫିକା ଫିକା,

କେମିତି ବୁଝାଇବି ତୁମକୁ ଗୋ ପ୍ରିୟା

ତୁମ ବିନା ସାଥୀ ପ୍ରତି ମୁହୂର୍ତ୍ତରେ,

ଜୀବନଟା ଲାଗେ ଭାରି ଏକା ଏକା ।


ଏ ଜୀବନଟା ଗୋଟିଏ ବୁଝାମଣା ପ୍ରିୟା

ଏଠି ବିଶ୍ବାସ କରେ ମଧ୍ୟସ୍ଥତା,

ବିଶ୍ବାସ ଭାଙ୍ଗିଲେ ସବୁ ଭାଙ୍ଗିଯାଏ 

ଓଲଟି ଯାଏ ସମ୍ପର୍କର ଛତା ।


ଜାଣେ ନାହିଁ ତମେ କେମିତି ଆସିବ

ଗଢ଼ିଦେବ ଦିନେ ସମ୍ପର୍କ ସେତୁବନ୍ଧ,

ଭାବେ ମନେ ମନେ ତୁମ ଆଗମନେ

ଲାଗିବନି କେବେ ଅବିଶ୍ୱାସର ଗନ୍ଧ ।

 

ତୁମ ଠାରୁ ମୋର ଜୀବନ ଆରମ୍ଭ 

ତୁମେ ହେବ ମୋର ଶେଷ ଠିକଣା,

ତୁମେ ହେଲେ ମୋର ଜୀବନ ସଂଗୀତ 

ମୁଁ ତୁମ ସଂଗୀତ ମୂର୍ଚ୍ଛନା ।


Rate this content
Log in

Similar oriya poem from Romance