STORYMIRROR

Arun Kumar Meher

Others

4  

Arun Kumar Meher

Others

ଆତ୍ମା ଯେବେ ଗାଏ ଗୀତ

ଆତ୍ମା ଯେବେ ଗାଏ ଗୀତ

1 min
376


ଆତ୍ମା ବିନା ଏ ଶରୀର ଅଧୁରା

ନୁହେଁ ସେ ଜୀବନ୍ତ 

ନା ତା'ର ରୂପ ଅଛି ନା ତା'ର ସୌନ୍ଦର୍ଯ୍ଯ

ନା ଅଛି ଆଦି ଅନ୍ତ ।।


କେତେବେଳେ ସୁଖ କେତେବେଳେ ଦୁଃଖ 

ଯନ୍ତ୍ରଣାରେ ଜର୍ଜରିତ 

ଅନ୍ତର ବେଦନାକୁ ପ୍ରକାଶ କରେ

ଦେଖ ଆତ୍ମା ଗାଏ ଗୀତ ।।


ମିଛ ମାୟାର ସଂସାରରେ ଏଠି

ହୁଏ ଆଜି ଛଟପଟ 

କେବେ ହେବ ଅପେକ୍ଷାର ଅନ୍ତ

ପରମାତ୍ମାର ଭେଟ ।।


ଦୁନିଆଁ ବଦଳେ ଋତୁ ବି ବଦଳେ 

ଆତ୍ମା ବଦଳେ ନାହିଁ

ଯେତେ ଦୁଃଖ କଷ୍ଟ ଆସିଲେ ଜୀବନେ

ସବୁ ଯାଏ ସହି ।।


ପିଣ୍ଡରୁ ପ୍ରାଣ ଯେବେ ଯାଇଥାଏ ଚାଲି

ପଡ଼ି ରହେ ଶରୀର 

ଆତ୍ମା କୁ କେବେ ଦେଖି ହୁଏ ନାହିଁ

ଯାଏ ସେ ସରଗ ପୁର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍