STORYMIRROR

Arun Kumar Meher

Romance

4  

Arun Kumar Meher

Romance

ପ୍ରେମ ଇତିହାସ

ପ୍ରେମ ଇତିହାସ

1 min
235


ଚାନ୍ଦର ଚାନ୍ଦିନୀ ତଳେ ଦେଇଥିଲ 

ତମେ ତ ପ୍ରଥମ ଚିଠି

ତମଠୁ ଆରମ୍ଭ ହୋଇଥିଲା ପ୍ରେମ 

ଆଜି ହୋଇଗଲା ଇତି ।।


ପ୍ରେମର ନାବରେ ପାଦ ମୁଁ ଦେଇଛି

ନାବ ହେଲା ଟଳମଳ 

କାତ ଧରି ଯେତେ ଆହୁଲା ଦେଲେ ବି

ହୋଇ ପାରୁନି ସଫଳ ।।


ପରଦେଶୀ ପରି ଚାଲିଗଲ ତମେ

ଫେରିଲ ନାହିଁ ଆଉ ନୀଡକୁ

ହୃଦୟକୁ ମୋର ଭାଙ୍ଗି ଦେଇ ଗଲ

ଭଲ ପାଇଲ ଆଉ କାହାକୁ ।।


ଜହ୍ନ ବି ପଚାରେ ତାରା ବି ପଚାରେ

ପଚାରୁଛି ନୀଳ କଇଁ

କିଛି କହିପାରୁନି ବିରହ କଥା

କେମିତି କହିବି ଯାଇ ।।


କେମିତି ସହିବ ଏ ହୃଦୟ ମୋର 

ପଢାଇଲ ପ୍ରେମ ପାଠ

ତମେ ଲେଖିଥିଲ ପ୍ରେମର କାହାଣୀ

ଆଜି ହେଲା ଇତିହାସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance