ଅବୁଝା ପ୍ରିୟତମା
ଅବୁଝା ପ୍ରିୟତମା
ଅମାନିଆ ମନ ଜହ୍ନକୁ ପଚାରେ
ବାରମ୍ବାର କରେ ପ୍ରଶ୍ନ
କହରେ ଜହ୍ନ କେମିତି ବୁଝାଇବି
ପ୍ରିୟାର ଅବୁଝା ମନ ।
ମନ ଆକାଶର ସେ ପୁନେଇଁ ଜହ୍ନ
ନୀରବେ ଗଲାଣି ଶୋଇ
ବାଦଲରେ ଖେଳେ ଲୁଚକାଳି ଆଜି
ଏ ମନ ବୁଝେନି କାଇଁ ।
ଭସା ଭସା ସେଇ କଳା ବାଦଲରେ
ପ୍ରିୟାକୁ ଖୋଜି ପାଏନା
ବରଷା ରାତିରେ ପ୍ରେମର ନଈରେ
ହଜିଛି ଆଜି ଠିକଣା ।
କର ନାହିଁ ଜମା ମାନ ଅଭିମାନ
ପ୍ରେମ ଆମର ଶାଶ୍ଵତ
ଅତୀତକୁ ଭୁଲି ଚାଲିଆସ ତୁମେ
ପ୍ରେମ ନୁହେଁ କଳଙ୍କିତ ।
ଅବୁଝା ହୁଅନି ଆଗୋ ପ୍ରିୟତମା
କର ନାହିଁ ମନ ଊଣା
ତୁମ ନୀରବତା କରେ ବିଚଳିତ
ପ୍ରେମ ହୁଏ ବାଟବଣା ।