STORYMIRROR

Jayashree Maharana

Romance Others

4  

Jayashree Maharana

Romance Others

ପିଆସୀ ମୁଁ ସାଜିଅଛି

ପିଆସୀ ମୁଁ ସାଜିଅଛି

1 min
252

ରିମିଝିମି  ରିମିଝିମି   ସୁରେ  ମେଘମହ୍ଲାର

ଶ୍ରାବଣର ଶୁଭଲଗ୍ନେ   କରୁଅଛି  ବିଭୋର ।

ବସ୍ନାମୟୀ ବସୁମତୀ   ପ୍ରୀତିସ୍ପର୍ଶେ ମଗନ

ମଉନରେ ମଦମତ୍ତ   ପ୍ରେମାସକ୍ତ ମୋ' ମନ ।।


ପ୍ରୀତିରଙ୍ଗେ ବିଭାଷିତା  ମନସ୍ଵୀତା ମଣ୍ଡନା

ପ୍ରଣୟ ଆବେଗ ଧୀରେ  ତୋଳୁଅଛି ମୂର୍ଚ୍ଛନା।

ତୃଷାର୍ତ୍ତ ହୃଦୟ ଯେତେ  ପ୍ରତୀକ୍ଷାରେ ମର୍ଦିତ

ନିବିଡ଼ ଆଶ୍ଳେଷ ଆଶେ  ପୁଲକରେ ଭ୍ରମିତ ।।


ସ୍ନିଗ୍ଧ ସମୀରଣେ ତନୁ   ଶିହରଣେ ଉଚ୍ଛୁଳେ

କୁହୁକିନୀ ପ୍ରୀତି ରାଗେ  ମନୋଭଙ୍ଗ ମଉଳେ ।

ଅସରନ୍ତି  ମାଦକତା   ଭରିଅଛି  ପରାଣେ

ମଧୁର ମଞ୍ଜୁଳ ଚିତ୍ର    ଉଦ୍ଭାସିତ  ନିର୍ଜନେ ।


ଅଧରରେ ମନ୍ଦହାସ   ମଧୁସ୍ୱପ୍ନ ନୟନେ

ପିଆସୀ ମୁଁ ସାଜିଅଛି  କାହା ପାଇଁ ଗୋପନେ ।।


Rate this content
Log in

Similar oriya poem from Romance